ଓଲଟିଲା ସ୍କର୍ପିଓ, ଦୁଇ ଗୁରୁତର

ଆନନ୍ଦପୁର: ଆନନ୍ଦପୁରର ୫୩ ନଂ ରଜ୍ୟ ରଜପଥର ବାଂଖିଡି ଛକରେ ଆଜି ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଯଶିପୁରରୁ ଭୁବନେଶ୍ୱର ଯାଉଥିବା ଏକ ସ୍କର୍ପିଓ ଓଲଟି ପଡିବାରୁ ସେଥିରେ ବସିଥିବା ଚାରିଜଣଙ୍କ ମଧ୍ୟରୁ ଦୁଇଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତରଙ୍କୁ ଆନନ୍ଦପୁର ଦମକଳ କର୍ମଚାରୀଙ୍କ ସହାୟତାରେ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଗୁରୁତର ଦ୍ବୟ ଯଶିପୁରର ରମେଶ ମହନ୍ତ ଓ କୋମଳ ଲୋଚନ ମହାନ୍ତ ବୋଲି ଜଣାପଡ଼ିଛି।

Spread the love