ସ୍କ୍ରବ୍ ଟାଇଫସ୍ : ପୁଣି ଦିନକରେ ସୁନ୍ଦରଗଡରୁ ୫ଆକ୍ରାନ୍ତ ଚିହ୍ନଟ; ୨୧୧ରେ ପହଞ୍ଚିଲା ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା

ସୁନ୍ଦରଗଡ଼ରେ ଚିନ୍ତା ବଢ଼ାଇଲାଣି ସ୍କ୍ରବ୍ ଟାଇଫସ୍ । ଦିନକରେ ପୁଣି ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ସୁନ୍ଦରଗଡ଼ରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୧୧ରେ ପହଞ୍ଚିଛି । ସେହିଭଳି ଜଣେ ଗୁରୁତର ରୋଗୀଙ୍କୁ ସୁନ୍ଦରଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ରଖି ଚିକିତ୍ସା କରାଯାଉଛି । ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟାକୁ ନଜରରେ ରଖି ଜିଲ୍ଲା ପ୍ରଶାସନ ତରଫରୁ ଅଧିକ ଟେଷ୍ଟିଂ କିଟ୍ ଓ ଔଷଧ ମହଜୁଦ୍ ରଖାଯାଇଛି । ଲୋକେଙ୍କୁ ଜ୍ୱର କିମ୍ବା ଅନ୍ୟ କୌଣସି ଲକ୍ଷଣ ଦେଖାଦେଲେ ଡାକ୍ତରଙ୍କ ପରମର୍ଶ ନେବାକୁ ଅନୁରାଧ କରିଛନ୍ତି ଜିଲ୍ଲା ଚିକିତ୍ସା ଅଧିକାରୀ । ସେହିଭଳି ସ୍କ୍ରବ୍ ଟାଇଫସକୁ ନେଇ ଜିଲ୍ଲପାଳଙ୍କ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି ।

Spread the love