ରାଜ୍ୟରେ ଦ୍ଵିତୀୟ ସଫଳ ଯକୃତ ପ୍ରତ୍ୟାରୋପଣ : ଟ୍ୱିଟ କରି ଅଭିନନ୍ଦନ ଜଣାଇଲେ ରାଜ୍ୟପାଳ

ରାଜ୍ୟ ଇତିହାସରେ ଦ୍ଵିତୀୟ ଥର ଲାଗି ସଫଳତାର ସହିତ ଯକୃତ ପ୍ରତ୍ୟାରୋପଣ କରି ଗୌରବ ଆଣିଛି ସମ ହସ୍ପିଟାଲ। ଗତ ମାର୍ଚ୍ଚ ମାସ ପରେ ଗତ ରବିବାର ରାଜ୍ୟର ଏକମାତ୍ର ହସ୍ପିଟାଲ ଭାବରେ ସମ ହସ୍ପିଟାଲ ରେ ଦ୍ଵିତୀୟ ଯକୃତ ପ୍ରତ୍ୟାରୋପଣ ରେ ଉଭୟ ଦାତା ଓ ପ୍ରତ୍ୟାରୋପଣ ହୋଇଥିବା ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ଥିବା ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

ଅନ୍ୟପଟେ ରାଜ୍ୟରେ ଏଭଳି ବିରଳ ସଫଳତା ପାଇଁ ଅସ୍ତ୍ରୋପଚାରର ପ୍ରମୁଖ ବିନ୍ଧାଣି ତଥା ସମ ହସ୍ପିଟାଲ ଗ୍ୟାଷ୍ଟ୍ରୋଲୋଜି ବିଭାଗ ମୁଖ୍ୟ ଡାକ୍ତର ମନୋଜ ସାହୁ, ମେଡିକାଲ ସୁପେରିଟେଣ୍ଡେଣ୍ଟ ଡାକ୍ତର ପୁଷ୍ପରାଜ ସାମନ୍ତସିଂହାର ଓ AIG ହାଇଦ୍ରାବାଦ ର ପ୍ରତ୍ୟାରୋପଣ ନିର୍ଦ୍ଧେଶକ ଡାକ୍ତର ବାଲଚନ୍ଦ୍ରନ ମେନନ ଙ୍କ ସମେତ GI ସର୍ଜରି ବିଭାଗ ଓ ସମସ୍ତ ଟିମ କୁ ଟ୍ୱିଟ କରି ଅଭିନନ୍ଦନ ଜଣାଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ।

Spread the love