ସଚିବାଳୟରେ ହୋମଯଜ୍ଞ: ବାସ୍ତୁ ଦୋଷ କାଟିବା ପାଇଁ ମନ୍ତ୍ରୀ କରୁଛନ୍ତି ପୂଜାର୍ଚ୍ଚନା 

ସଚିବାଳୟରେ ହୋମଯଜ୍ଞ  । ନିଜର ବାସ୍ତୁ ଦୋଷ କାଟିବା ପାଇଁ ମନ୍ତ୍ରୀ କରୁଛନ୍ତି ପୂଜାର୍ଚ୍ଚନା  । ଗ୍ରହରିଷ୍ଟ ଖଣ୍ଡନ ସହ ଯେପରି କାମ ସୂଚାରୁ ରୂପେ ହୋଇପାରିବ ସେଥିପାଇଁ ଉଦ୍ୟମ କରିଛନ୍ତି ମନ୍ତ୍ରୀ  । ରାଜ୍ୟ ସଚ୍ଚିବାଳୟରେ ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ଶପଥ ଗ୍ରହଣକୁ 11 ଦିନ ବିତିବା ପରେ ସଚ୍ଚିବାଳୟରେ ଗୃହ ପ୍ରବେଶ କରୁଛନ୍ତି ଜଣେ ପରେ ଜଣେ ମନ୍ତ୍ରୀ ।

ଆଜି ପ୍ରଥମ ଦିନରେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିଜ ଧର୍ମପତ୍ନୀଙ୍କ ସହିତ ଆସି ସଚ୍ଚିବାଳୟରେ ନିଜକୁ ମିଳିଥିବା ଚ୍ୟାମ୍ବରରେ ପୂଜାର୍ଚ୍ଚନା କରିଥିଲେ  । ଏହି ଚାମ୍ବରଟି ପୂର୍ବରୁ ପୂର୍ବତନ ଖାଉଟି କଲ୍ୟାଣ ବିଭାଗର ମନ୍ତ୍ରୀ ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଫିସ ଭାବେ ଥିଲେ । ସେହିଭଳି ପୂର୍ବରୁ ମହିଳା ଓ ଶିଶୁ ବିକାଶ ବିଭାଗ ମନ୍ତ୍ରୀ ପ୍ରଫୁଲ ସାମଲଙ୍କ ଚ୍ୟାମ୍ବରରେ ବର୍ତ୍ତମାନର ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ  ପୂଜାର୍ଚ୍ଚନା କରି ଗୃହ ପ୍ରବେଶ କରିଛନ୍ତି  ।

ଅନ୍ୟପଟେ ଆଉ କିଛି ମନ୍ତ୍ରୀ ଆସନ୍ତା କାଲି ଗୃହ ପ୍ରବେଶ ପାଇଁ ଯୋଜନା ରଖିଛନ୍ତି  । ଏମାନଙ୍କ ଭିତରେ ରହିଛନ୍ତି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ, ଦକ୍ଷତା ବିକାଶ ବିଭାଗ ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କ ଭଳି କିଛି ମନ୍ତ୍ରୀ । ଏଥିପାଇଁ ସେମାନେ ଆଜି ସଚ୍ଚିବାଳୟ ଆସି ସେମାନଙ୍କ ଚ୍ୟାମ୍ବର ଅନୁଧ୍ୟାନ କରିଛନ୍ତି ।

ସେହିଭଳି କିଛି ମନ୍ତ୍ରୀଙ୍କ ଉପରେ କାର୍ଯ୍ୟଭାର ଅଧିକ ରହିଥିବାରୁ ସେମାନେ ପୂଜାଅର୍ଚ୍ଚନା ନ କରି ସିଧାସଳଖ  ନିଜ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି  । ଏହି ଲିଷ୍ଟରେ ରହିଛନ୍ତି କ୍ରିଡା ମନ୍ତ୍ରୀ ତୁଷାର କାନ୍ତି ବେହେରା ଓ ପର୍ଯ୍ୟଟ୍ଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହି  ।

ମୁଖ୍ୟମନ୍ତ୍ରୀ ସବୁ ମନ୍ତ୍ରୀ ମାନଙ୍କୁ ଗୋଟିଏ ବର୍ଷର ଟ୍ୟାକ୍ସ ଦେଇଥିବା ବେଳେ ପ୍ରତିମାସର 7 ତାରିଖରେ ସମୀକ୍ଷା ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି  । ତେବେ ଏ ପରି ସ୍ଥଳେ ମନ୍ତ୍ରୀ ମାନେ ନିଜ ଚ୍ୟାମ୍ବରର ବାସ୍ତୁ ସହ ନିଜକୁ ଫିଟ କରି କେତେ ଦକ୍ଷତା ପ୍ରତିପାଦିତ କରିପାରୁଛନ୍ତି ତାହା ଦେଖିବାକୁ ବାକି ରହିଲା  ।

Spread the love