ଭଗବାନ ଶ୍ରୀକୃଷ୍ଣଙ୍କୁ ଭକ୍ତି କରିବା ନେଇ ସୀମା ଦେଲେ ଏଭଳି ପ୍ରତିକ୍ରିୟା

ନୂଆଦିଲ୍ଲୀ: ପାକିସ୍ତାନ ଛାଡି ଭାରତ ଆସିଥିବା ସୀମା ହାଇଦର ନିଜକୁ ଭାରତୀୟ ସଂସ୍କୃତିରେ ସମ୍ପୂର୍ଣ୍ଣ ରୂପେ ଭିଜାଇ ଦେଇଛନ୍ତି। ଏସବୁକୁ ଦେଖି ସୀମା ଭାରତ ଆସିବାକୁ ନେଇ ଯେଉଁ ଲୋକମାନେ ଅସନ୍ତୋଷ ବ୍ୟକ୍ତ କରୁଥିଲେ, ସେମାନେ ଧୀରେଧୀରେ ସଚିନ ମିନାଙ୍କ ପ୍ରେମିକାଙ୍କୁ ଆପଣାଇବାକୁ ଲାଗିଲେଣି। ସୀମା ସଚିନ ମିନାଙ୍କୁ ଭଲପାଇବ‌ା ଦିନଠାରୁ ହିନ୍ଦୁ ଭାବେ ନିଜକୁ ସଜେଇ ରଖୁଥିଲେ। ଏହି କ୍ରମରେ ଦେଖିବାକୁ ଗଲେ ବିବାହ କରିବା ପରେ ଖୁବ୍ ଶୀଘ୍ର ସୀମା ହିନ୍ଦୁ ଧର୍ମ ଗ୍ରହଣ କରି ନେଇଥିଲେ। ବର୍ତ୍ତମାନ ସୀମା ଭାରତରେ ଉଭୟ ଧାର୍ମିକ ଏବଂ ଜାତୀୟ ପର୍ବକୁ ବହୁତ ଆଡମ୍ବରରେ ପାଳନ କରୁଥିବା ଦେଖିବାକୁ ମିଳିଛି ।

ଦୁଇଦିନ ତଳେ ସାରା ଦେଶରେ ଜନ୍ମମାଷ୍ଟମୀ ପର୍ବକୁ ଧୁମଧାମରେ ପାଳନ କରାଯାଇଥିଲା। ସୀମା ହାଇଦର ମଧ୍ୟ ପୂର୍ଣ୍ଣ ଉତ୍ସାହରେ ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମମୋହତ୍ସବକୁ ପାଳନ କରିଥିଲେ ।

ସୀମା ସୋସିଆଲ ମିଡିଆରେ ଗୋଟିଏ ପରେ ଗୋଟିଏ  ଏପରି ଅନେକ ଭିଡିଓ ପୋଷ୍ଟ କରିଥଲେ, ଯେଉଁଥିରେ ତାଙ୍କୁ ଜନ୍ମମାଷ୍ଟମୀ ଅବସରରେ ରାଧା ଭାବରେ ସଜେଇ ହୋଇଥିବା ଦେଖିବାକୁ ମିଳୁଛି। ସୀମା ଏବଂ ତାଙ୍କ ସ୍ୱାମୀ ସଚିନ୍ ଘରେ ଜନ୍ମମାଷ୍ଟମୀ ଉତ୍ସବ ଆୟୋଜନ କରିଥିଲେ, ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ଅଂଶଗ୍ରହଣ କରିଥିଲେ । ଏହି ଉତ୍ସବରେ ଭାଗ ନେବାକୁ ବହୁ ଦୂରରୁ  ଲୋକ ଆସିଥିଲେ । କାରଣ ସୀମା ଜନ୍ମମାଷ୍ଟମୀ ପୂର୍ବରୁ ସମସ୍ତଙ୍କୁ ଏଥିରେ ଯୋଗଦେବାକୁ ଆମନ୍ତ୍ରଣ କରି ଏକ ଭିଡିଓ ପୋଷ୍ଟ କରିଥିଲେ।

ସୀମା କହିଛନ୍ତି, ‘ସଚିନଙ୍କୁ ଭଲ ପାଇବା ପୂର୍ବରୁ ମୁଁ ଭାରତୀୟ ସଂସ୍କୃତିକୁ ଭଲ ପାଇଥିଲି। ବିଶେଷ ଭାବେ ମୋତେ ଜନ୍ମମାଷ୍ଟମୀ ପର୍ବ ଭଲ ଲାଗେ। ସଚିନଙ୍କୁ ବାହାହେବା ପରେ ମୁଁ ଶ୍ରୀକୃଷ୍ଣଙ୍କୁ ପୂଜା କରିବା ଆରମ୍ଭ କରିଛି। ଯଦ୍ବାରା ମୋତେ ଶାନ୍ତି ମିଳୁଛି।’

Spread the love