ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ପରିବର୍ତ୍ତନ ରାଜ୍ୟ ସରକାର

ଭୁବନେଶ୍ୱର : ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ଆଜି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ନିଷ୍ପତ୍ତି ନିଆଯାଇଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ସିଟ୍ ୨୦ ପ୍ରତିଶତରେ ସୀମିତ ରଖିବା ନେଇ କୁଳାଧିପତିଙ୍କ ସଚିବାଳୟରୁ ନିର୍ଦ୍ଦେଶନାମା ଜାରି ପରେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅଭିଯୋଗ ହୋଇଥିଲା । ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ସହ କୁଳପତିମାନେ ବି ଅସନ୍ତୋଷ ପ୍ରକାଶ କରିଥିଲେ । ତେଣେ ନିଷ୍ପତ୍ତି ପରିବର୍ତ୍ତନ କରାନଗଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।

Spread the love