ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ପରିବର୍ତ୍ତନ ରାଜ୍ୟ ସରକାର

ଭୁବନେଶ୍ୱର : ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ଆଜି ନିଷ୍ପତ୍ତି ବଦଳାଇଛନ୍ତି ରାଜ୍ୟ ସରକାର । ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ପୂର୍ବଭଳି କଲେଜଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ନିଷ୍ପତ୍ତି ନିଆଯାଇଥିବା ନେଇ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

ସୂଚନାଯୋଗ୍ୟ ଯେ, ସେଲ୍ଫ ଫାଇନାନ୍ସିଂ କୋର୍ସ ଉପରେ ଅଙ୍କୁଶ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ ସିଟ୍ ୨୦ ପ୍ରତିଶତରେ ସୀମିତ ରଖିବା ନେଇ କୁଳାଧିପତିଙ୍କ ସଚିବାଳୟରୁ ନିର୍ଦ୍ଦେଶନାମା ଜାରି ପରେ ଘରୋଇ ଶିକ୍ଷାନୁଷ୍ଠାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏହା କରାଯାଇଥିବା ଅଭିଯୋଗ ହୋଇଥିଲା । ଏଭଳି ନିଷ୍ପତ୍ତିକୁ ନେଇ ଛାତ୍ରଛାତ୍ରୀଙ୍କ ସହ କୁଳପତିମାନେ ବି ଅସନ୍ତୋଷ ପ୍ରକାଶ କରିଥିଲେ । ତେଣେ ନିଷ୍ପତ୍ତି ପରିବର୍ତ୍ତନ କରାନଗଲେ ଆନ୍ଦୋଳନକୁ ଜୋରଦାର କରିବାକୁ ଚେତାବନୀ ଦେଇଥିଲା ଛାତ୍ର କଂଗ୍ରେସ ।

ପ୍ରକାଶ ପାଇଲା ଓଟିଇଟି ପରୀକ୍ଷାଫଳ

ଭୁବନେଶ୍ବର: ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା ଦ୍ବାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା(ଓଟିଇଟି)-୨୦୨୧(ଦ୍ବିତୀୟ ପର୍ଯ୍ୟାୟ) ଫଳ ପ୍ରକାଶ ପାଇଛି। ଓଟିଇଟି ପରୀକ୍ଷା ଫଳ ପରୀକ୍ଷାର୍ଥୀମାନେ ନିଜର ରୋଲନମ୍ବର ଓ ଜନ୍ମ ତାରିଖ ଦେଇ ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍​ର www.bseodisha.ac.in ଲଗ- ଇନ କରି ଦେଖି ପାରିବେ। ସେହିପରି ମାଧ୍ୟମିକ ଶିକ୍ଷା ପରିଷଦର ୱେବ୍ ସାଇଟ୍​ର www.bseodisha.ac.inରୁ ଆସନ୍ତା ୧୩ ତାରିଖରେ ଦିନ ୧ଟା ପରେ ଛାତ୍ରଛାତ୍ରୀମାନେ ଓଏମଆର ସିଟର ସ୍କାନ କପି ଡାଉନ ଲୋଡ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପରିଷଦର ଉପସଭାପତି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ମେଡିକାଲ ନାମଲେଖା ପାଇଁ ବିଜ୍ଞପ୍ତି

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରକାଶ ପାଇଲା ବିଜ୍ଞପ୍ତି । ଆସନ୍ତା ଜୁଲାଇ ୧୭ରେ ଅପରାହ୍ଣ ୨ଟାରୁ ୫ଟା ପର୍ଯ୍ୟନ୍ତ ନିଟ୍‌ ୟୁଜି-୨୦୨୨ ପରୀକ୍ଷା ଅନୁଷ୍ଠିତ ହେବ। ଗୋଟିଏ ସିଟିଂରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହେବା ନେଇ କହିଛି ଏନଟିଏ । ତହା ସହ ଏଥିଲାଗି ଆଜିଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି ।ଛାତ୍ରଛାତ୍ରୀ ମାନେ ମେ ୬ ତାରିଖ ଯାଏ ଅନଲାଇନ୍‌ ମାଧ୍ୟମରେ ଆବେଦନ କରିପାରିବେ । https://neet.nta.nic.in/ ମାଧ୍ୟମରେ ଆବେଦନ କରିପାରିବେ ବୋଲି କୁହାଯାଇଛି । ଦେଶ ବାହାରେ ୧୪ଟି କେନ୍ଦ୍ର ସହ ମୋଟ୍‌ ୫୪୩ଟି ସହରରେ ନିଟ୍‌ ପରୀକ୍ଷା କରାଯିବ ବୋଲି ଏନଟିଏ ସୂଚନା ଦେଇଛି । ତାହା ସହ ଛାତ୍ରଛାତ୍ରୀ ମାନେ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ମାତୃଭାଷା ଓଡ଼ିଆ ସମେତ ୧୩ଟି ଭାଷାରେ ଏହି ପରୀକ୍ଷା ଦେଇପାରିବେ । ଇଂରାଜୀ, ହିନ୍ଦୀ, ପଞ୍ଜାବୀ, ତେଲଗୁ, ଉର୍ଦ୍ଦୁ, ତାମିଲ, କନ୍ନଡ, ଗୁଜୁରାଟି, , ମାଲାୟଲମ୍‌, ମରାଠି, ବେଙ୍ଗଲି ଭାଷାରେ ପରୀକ୍ଷା ଅନୁଷ୍ଠିତ ହେବ ।

ଜୁନ୍ ପ୍ରଥମ ସପ୍ତାହରେ ନେଟ୍ ପରୀକ୍ଷା

ଭୁବନେଶ୍ୱର : ଜୁନ୍‌ରେ ହେବ ୟୁଜିସି ନେଟ୍(ଜାତୀୟ ଯୋଗ୍ୟତଃ ପ୍ରବେଶିକା) ପରୀକ୍ଷା ଜୁନ୍ ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଏନେଇ ୟୁଜିସି ଅଧ୍ୟକ୍ଷ ପ୍ରଫେସର ଏମ୍ ଜଗଦେଶ କୁମାର ରବିବାର ସୁଚନା ଦେଇଛନ୍ତି। ପ୍ରଫେସର କୁମାର ଦର୍ଶାଇଛନ୍ତି ଯେ, ୨୦୨୧ ମସିହା(ପୂର୍ବ ବର୍ଷ) ର ଡିସେମ୍ବର ଟର୍ମ ଓ ଚଳିତ ବର୍ଷର ଜୁନ୍ ଟର୍ମକୁ ମିଶାଇ ଦୁଇଟି ଟର୍ମର ପ୍ରବେଶିକା ଏକା ସାଙ୍ଗରେ ଅନୁଷ୍ଠିତ ହେବ। ଏନଟିଏ( ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି) ପକ୍ଷରୁ ପରୀକ୍ଷା ତାରିଖ ନେଇ ସବିଶେଷ ସୂଚୀ ପ୍ରକାଶ ପାଇବ ବୋଲି ସେ ଟ୍ଵିଟ୍ ଯୋଗେ ସୂଚନା ଦେଇଛନ୍ତି।

ଶିକ୍ଷାର ବିକାଶ ପାଇଁ ୨୦ରୁ ଅଧିକ ବିଶ୍ବବିଦ୍ୟାଳୟ ସହ ‘କିଟ୍’ର ଏମ୍ଓୟୁ

ଭୁବନେଶ୍ୱର : ୱାର୍ଲ୍ ଲିଡରସିପ୍ ଏକାଡେମୀ ଓ କିଟ୍ ବିଶ୍ବବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ରବିବାର ଚିରନ୍ତନ ସମାଜ ଗଠନରେ ଶିକ୍ଷାର ପ୍ରାସଙ୍ଗିକତା ଉପରେ ଦିନିକିଆ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସଭାପତିତ୍ର କରି କିଟ୍ ଓ କିସ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କହିଥିଲେ । ଶିକ୍ଷା ଓ ସାମାଜିକ ବିକାଶ ପାଇଁ ଶୃଙ୍ଖଳା ଏକାନ୍ତ ଆବଶ୍ୟକ । ରାଜ୍ୟରେ ଶହେରୁ ଗର୍ତ୍ତ ମହାବିଦ୍ୟାଳୟର ଶିକ୍ଷାଗତ ମାନ ବୃଦ୍ଧି କରାଇ କିଭଳି ସେହି ମହାବିଦ୍ୟାଳୟଗୁଡ଼ିକ ନାକ୍ ମାନ୍ୟତା ପାଇପାରିବେ ସେ ଦିଗରେ କିଟ୍ ବିଶ୍ଵବିଦ୍ୟାଳୟ ଆବଶ୍ୟକ ସହଯୋଗ ଯୋଗାଇ ଦେଇ ଆସୁଛି। ଏହା ସହ ଉନ୍ନତ ଗବେଷଣା ପାଇଁ ନିଃଶୁଳ୍କ ଆଦି ସୁବିଧା ମଧ୍ୟ କିଟ୍ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଶ୍ରୀ ସାମନ୍ତ କହିଥିଲେ। ଏହି ଅବସରରେ ଇ-ପାଠାଗାର  ଯୋଗ ଦେଇଥିବା ଅଧ୍ୟାପିକା ଅଧ୍ୟାପିକାମାନଙ୍କୁ ଶିକ୍ଷାର ବିକାଶ ନିମନ୍ତେ ୪ ସୂତ୍ରୀ ମନ୍ତ୍ର ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟରୁ ବିଭିନ୍ନ ବିଶ୍ବବିଦ୍ୟାଳୟର କୁଳପତିଙ୍କ ଅଧ୍ୟକ୍ଷ ଅଧ୍ୟାପକ, ଅଧ୍ୟାପିକା ଯୋଗ ଇ ପରୀକ୍ଷାଗାର ଦେଇଥିଲେ। ଦିନ ତମାମ ଶିକ୍ଷାର ପ୍ରାସଙ୍ଗିକତା ଉପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହା ସହ ଶିକ୍ଷାର ବିକାଶ ନେଇ ଆଲୋଚନାଚକ୍ରରେ କିଟ୍ ବିଶ୍ଵବିଦ୍ୟାଳୟ ଓ ୨୦ରୁ ଉର୍ଦ୍ଧ

ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ବାକ୍ଷରିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ, ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଏନ୍ ସମେତ ୫ଶହରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟ ନାଗରାଜୁ, ଖଲିକୋଟ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପ୍ରଫୁଲ୍ଲ କୁମାର ମହାନ୍ତି, ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ହରିହର ହୋତା, ସମ୍ବଲପୁରସ୍ଥିତ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଅର୍କ କଳାଦାସମହାପାତ୍ର

ଉତ୍କଳ ସଂସ୍କୃତି ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ବ୍ୟୋମକେଶ ତ୍ରିପାଠୀ, ରେଭେନ୍ସା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ସଞ୍ଜୟ କୁମାର ନାୟକ ଏବଂ କିସ୍ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ କୁମାର ବେହେରା ପ୍ରମୁଖ ଯୋଗ ଦେଇ ସ୍ଥାୟୀ ସମାଜ ଗଠନ ଦିଗରେ ଶିକ୍ଷାର ଭୂମିକା ଉପରେ ଆଲୋଚନା କରିଥିଲେ । ୱାର୍ଚ୍ଚ ଲିଡରସିପ୍ ଏକାଡ଼େମୀ ସଦସ୍ୟ ପ୍ରଫେସର ଜୟନ୍ତ ପରିଡ଼ା ସ୍ଵାଗତ ଭାଷଣ ଦେଇଥିବା ବେଳେ ଏକାଡ଼େମୀର ଯୁଗ୍ମ ସମ୍ପାଦକ ଚିନ୍ମୟ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

– ଆଇଟି କମ୍ପାନୀଙ୍କ ପେଣ୍ଠ ହେବ ଓଡ଼ିଶା

ଭୁବନେଶ୍ୱର : ୨୦୧୯ ଶେଷ ଆଡକୁ କରୋନାର ପ୍ରଭାବ ପ୍ରଥମେ ଚୀନରେ ଦେଖିବାକୁ ମିଳିଥିଲା। ୨୦୨୦ରୁ ଏଯାବତ୍ ଚୀନ ସମେତ ଏହା ଦେଶର ପ୍ରାୟ ସମସ୍ତ ରାଷ୍ଟ୍ରକୁ ପ୍ରଭାବିତ କରିଥିଲା। ସମଗ୍ର ବିଶ୍ବରେ ଚୀନକୁ ନେଇ ଦେଶ ଗୁଡ଼ିକର ଆଭିମୁଖ୍ୟ ମଧ୍ୟ ବଦଳିବାକୁ ଲାଗିଲା। ଚୀନରେ ବହୁ ଆଇଟି କମ୍ପାନୀ, ବହୁ ରାଷ୍ଟ୍ରୀୟ କମ୍ପାନୀ ନିଜର କାର୍ଯ୍ୟାଳୟ ଚଳାଉଥିଲେ। ମାତ୍ର ଚୀନ କରୋନା ସମ୍ପର୍କିତ ଆଭିମୁଖ୍ୟ ବହୁ କମ୍ପାନୀକୁ ସେଠାରୁ ମୁହଁ ଫେରାଇବାକୁ ବାଧ୍ୟ କରିଥିଲା। ତେଣୁ ଚୀନରୁ ମୁହଁ ଫେରାଉଥିବା ଆଇଟି କମ୍ପାନୀଗୁଡ଼ିକୁ ରାଜ୍ୟ ମୁହାଁ କରିବାକୁ ସମସ୍ତ ଚେଷ୍ଟା କରାଯାଉଛି।

ବିଶେଷ କରି ଆଇଟି ନୀତି, ବିପିଓ ନୀତି ଓ ଇଏସ୍‌ଡିଏମ୍ ନୀତି ଉପରେ ପ୍ରାଧାନ୍ୟ ଦିଆଯାଇଛି। ଇଏସ୍‌ଡିଏମ୍ ନୀତିରେ ଇଲେକଟ୍ରୋନିକ୍ସ କ୍ଲଷ୍ଟର ଗଠନ କରାଯାଇଛି। ଇନଫୋସିଟି-୨ରେ ୨୫୦ ଏକର ଜମି ଦିଆଯାଇଛି। ରାଜ୍ୟ ସରକାରଙ୍କ ଆଇଟି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଛନ୍ତି ଯେ, କରୋନା ବା ଆଇଟି କମ୍ପାନୀ ଯେଉଁମାନେ ଚାଇନା ସହ ଲିଙ୍କ କାଟୁଛନ୍ତି। ସେଠାରେ ୨ରୁ ୩ ଓଡିଆ ଉଦ୍ୟୋଗୀ ବେହେରା ସୂଚନା ଦେଇଛନ୍ତି।

ଅଛନ୍ତି ଯେଉଁମାନେ ଷ୍ଟାର୍ଟଅପ୍ କମ୍ପାନୀ କରିଛନ୍ତି। ସେମାନେ ଓଡ଼ିଶା ଆସିବାକୁ ଚାହୁଁଛନ୍ତି। ସେହିପରି ପ୍ରବାସୀ ଯୋଗାଯୋଗ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରାଯାଇଛି । ଯାହା କରୋନା କାରଣରୁ ଆଗେଇ ପାରି ନ ଥିଲା ବୋଲି ଶ୍ରୀ ବେହେରା କହିଛନ୍ତି। ସେହିପରି ତାମିଲନାଡୁ, କେରଳ, ପରେ ଉତ୍ପାଦନକାରୀ କମ୍ପାନୀ ହେଉ ବେଙ୍ଗାଳୁରୁ, ହାଇଦ୍ରାବାଦ, ପୁଣେ ଓ ଦିଲ୍ଲୀରେ ଯେଉଁ କମ୍ପାନୀ ଅଛି। ସେଠାରେ ଯେଉଁ ଓଡ଼ିଆ ଉଦ୍ୟୋଗୀ ସେ କମ୍ପାନୀଗୁଡ଼ିକ ଭିଏତନାମ ଓ ନିଜକୁ ପ୍ରତିଷ୍ଠିତ କରିଛନ୍ତି, ସେମାନଙ୍କ ଭାରତକୁ ବାଛୁଛନ୍ତି। ସେ ଦୃଷ୍ଟିରୁ ପାଇଁ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିବାକୁ ଓଡ଼ିଶାରେ ସେମାନଙ୍କ ପାଇଁ ଭିଭିଭୂମି ସୁଯୋଗ ସୃଷ୍ଟି କରାଯିବ। ଏ ନେଇ ଏକ ପ୍ରତିଷ୍ଠା କରାଯାଉଛି। ପୁଣେ ଯାଇ ଦୀର୍ଘମିଆଦୀ ଯୋଜନା କରାଯାଉଛ ୫ରୁ ୬ କମ୍ପାନୀ ସହ କଥା ହୋଇଛି। ବୋଲି ଆଇଟି ମନ୍ତ୍ରୀ ତୁଷାରକାନ୍ତ।

ସେଲ୍ଫ ଫାଇନାନିଂ କୋର୍ସରେ ଉଚ୍ଛେଦ ହେଲା ସିଟ୍ କଟକଣା

₹ଭୁବନେଶ୍ୱର:  ସେଲ୍‌ ଫାଇନାମିଂ ପାଠ୍ୟକ୍ରମ ସିଟ୍‌ରେ ଆଉ ୨୦ ପ୍ରତିଶତ କଟକଣା ଲାଗୁ ହେବ ନାହିଁ। ପୂର୍ବ ପରି ସେଲ୍ଫ ପାଇନାମିଂ କୋର୍ସ – ଚାଲୁ ରହିବ । ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ହସ୍ତକ୍ଷେପ ପରେ ସେଲ୍‌ ଫାଇନାମିଂ ପାଠ୍ୟକ୍ରମରେ AIK କାଣ୍ଟଛାଣ୍ଟ ନିଷ୍ପତ୍ତିକୁ ବିଭାଗ ଉଚ୍ଛେଦ tol କରିଛି। ଏନେଇ ଉଚ୍ଚଶିକ୍ଷା ବିଭାଗର cr ଅତିରିକ୍ତ ସଚିବ ବୀରେନ୍ଦ୍ର କୋର୍‌କୋରା ସୋମବାର ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥ୍‌ରେ ପୂର୍ବରୁ ଏସଏଫସି କୋର୍ସ ଉପରେ ଲଗାଯାଇଥିବା କଟକଣାକୁ ଉଚ୍ଛେଦ କରାଯାଇଥିବା ସେ ଦର୍ଶାଇଛନ୍ତି। ସୂଚନାଥାଉକି ଚଳିତ

ମାସ ୧୨ ତାରିଖରେ ସେଲ୍‌ ପାଇନାନ୍ସି ପାଠ୍ୟକ୍ରମରେ ଅଙ୍କୁଶ ଲାଗାଇବା ନେଇ ରାଜ୍ୟପାଳଙ୍କ ପ୍ରମୁଖ ଶାସନ ସଚିବ ସାଶ୍ବତ ମିଶ୍ର ସମସ୍ତ ବିଶ୍ବବିଦ୍ୟାଳୟକୁ ଚିଠି ଲେଖିଥିଲେ। ଚିଠିରେ ଦର୍ଶାଇଥିଲେ ଯେ, ଏସଏଫସି(ସେଲ୍ଫ ଫାଇନାଙ୍ଗି) କୋର୍ସ ଦ୍ବାରା ରେଗୁଲାର୍ ପାଠ୍ୟକ୍ରମର ମାନ କମୁଛି। ପାଠପଢ଼ା ଠିକ ଭାବେ ହେଉନି। ତେଣୁ ଶିକ୍ଷାନୁଷ୍ଠାନରେ ଏସଏଫସି ସିଟ୍ ସମୁଦାୟ ରେଗୁଲାର୍ ସିଟ୍‌ର ୨୦ ପ୍ରତିଶତ ହେବ। ଆସନ୍ତା ଶିକ୍ଷା ବର୍ଷରୁ ବିଶ୍ବବିଦ୍ୟାଳୟରେ ଏହି ସଂଖ୍ୟାଠାରୁ ଅଧିକ ସିଟ୍ ରହିଥିବା ଶିକ୍ଷାନୁଷ୍ଠାନରେ ସିଟ୍ ହ୍ରାସ କରାଯିବ। କେଉଁ ବିଭାଗରେ କେତେ

ସିଟ୍ କମିବ ସେନେଇ ବିଶ୍ବବିଦ୍ୟାଳୟ ସିଣ୍ଡିକେଟ୍ ଓ ପରିଷଦ ବୈଠକ ଦ୍ବାରା ଜୁନ୍ ୩୦ ସୁଦ୍ଧା ନିଷ୍ପତ୍ତି ନିଆଯିବ। ସେହିପରି ୧୬ ତାରିଖରେ ବିଭାଗୀୟ ଅତିରିକ୍ତ ସଚିବ ଶ୍ରୀ କୋରକେରା ରାଜଭବନର ନିର୍ଦ୍ଦେଶନାମା ମୁତାବକ କାର୍ଯ୍ୟପନ୍ଥା ଗ୍ରହଣ କରିବାକୁ ରାଜ୍ୟର ୧୨ ବିଶ୍ବବିଦ୍ୟାଳୟକୁ ନିର୍ଦ୍ଦେଶ ଦେଇଥିଲେ। ଏନେଇ ବିଶ୍ବବିଦ୍ୟାଳୟଗୁଡ଼ିକରେ ସ୍ବତନ୍ତ୍ର ଅଧିକାରୀ ମଧ୍ୟ ନିଯୁକ୍ତି କରାଯାଇଥିଲା । ପ୍ରମୁଖ ଶାସନ ସଚିବଙ୍କ ନିର୍ଦ୍ଦେଶନାମା ପରେ ସମଗ୍ର ରାଜ୍ୟରେ ବିଦ୍ରୋହ ଦେଖା ଦେଇଥିଲା ଛାତ୍ରଛାତ୍ରୀମାନେ ଏହି କଟକଣାକୁ ଉଲ୍ଲେବ ପାଇଁ ଦୃଢ଼ ଦାବି କରିଥିଲେ।

 

Spread the love