ପରାକ୍ରମୀ ସେନା ପାଇଁ ଆମେ ଆଜି ଗର୍ବୀତ, ସ୍ୱର୍ଣ୍ଣିମ ବିଜୟ ଦିବସ ପୂର୍ବରୁ CDS ଦେଇଥିଲେ ବାର୍ତ୍ତା, ଭାଇରାଲ ହେଉଛି ଭିଡିଓ…

ନୂଆଦିଲ୍ଲୀ ୧୨/୧୨: ଏବେ ପରଲୋକରେ ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାଓ୍ବତ । ଡିସେମ୍ୱର ୮ କୁନ୍ନୁର ଚପର କ୍ରାସରେ ଜେନରାଲଙ୍କ ଦେହାନ୍ତ ହୋଇଛି । ତେବେ ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ ଜେନେରାଲ ରାଓ୍ୱତ ଜାରି କରିଥିଲେ ଶେଷ ଭିଡଓ । ଯେଉଁଥିରେ ସେ ୧୯୭୧ ଯୁଦ୍ଧ ବିଜୟୀ ପରେ ସେନାବାହିନୀଙ୍କୁ ଶୁଭେଚ୍ଛା ଦେବା ସହ ତାଙ୍କର ମନୋବଳ ବି ବଢାଇଥିଲେ । ଏହାସହ ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

୧୯୭୧ ଯୁଦ୍ଧର ୫୦ ବର୍ଷ ପୂର୍ତ୍ତି ଅବସରରେ ସ୍ୱର୍ଣ୍ଣିମ ବିଜୟ ଦିବସ ପାଳନ କରାଯାଉଛି । ୭ ତାରିଖରେ ସିଡିଏସ୍ ଜେନେରାଲ ବିପିନ ରାଓ୍ୱତ ତାଙ୍କର ଭିଡିଓ ବାର୍ତ୍ତା ସୁଟ୍ କରିଥିଲେ । ହେଲେ ୮ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ସେ ଭିଡିଓ ବାର୍ତ୍ତାରେ କହିଥିଲେ ଯେ, ୧୨ ରୁ ୧୪ ଡିସେମ୍ବର ପର୍ଯ୍ୟନ୍ତ ଇଣ୍ଡିଆ ଗେଟ୍‌ରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି।

ଏହା ବଡ ସୌଭାଗ୍ୟର କଥା ଯେ, ବିଜୟ ପର୍ବ ଅମର ଜବାନ୍ ଜ୍ୟୋତିରେ ଆୟୋଜିତ କରାଯାଉଛି । ଯେଉଁଠାରେ ଆମର ବୀର ଶହୀଦଙ୍କୁ ମନେପକାଇ ସ୍ଥାପିତ କରାଯାଇଛି । ଆମେ ସମସ୍ତ ଦେଶବାସୀଙ୍କୁ ବିଜୟ ପର୍ବର ଉତ୍ସବରେ ସମ୍ମିଳିତ ହେବା ପାଇଁ ଆମନ୍ତ୍ରଣ କରୁଛୁ । ତେବେ ନିଜ ସେନା ଉପ​‌ରେ ଆମକୁ ଗର୍ବ ରହିଛି ବୋଲି ସେ କହିଥିଲେ ।

Spread the love