କରୋନା ସଂକ୍ରମଣ ଷଡ଼ଯନ୍ତ୍ରକାରୀ ବିରୋଧରେ ଏତଲା ଦେଲା ଓଡ଼ିଶା ସୁରକ୍ଷା ସେନା

ଭୁବନେଶ୍ୱର, ୨୧/୦୩:  ଆଜି ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଭୁବନେଶ୍ୱର ସ୍ଥିତ ଖଣ୍ଡଗିରି ଥାନାରେ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ହସ୍ପିଟାଲ ଭୁନେଶ୍ୱର ସୁପରିଟେନଣ୍ଟ , ମାନବ ମହାନ୍ତି (ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତିଙ୍କ ପୁତ୍ର), ଡାକ୍ତର ସୌଭିନ ଭୂୟାଁଙ୍କ ବିରୋଧରେ କରୋନା ଭୁତାଣୁ ସଂକ୍ରମଣରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହିସାବରେ ସେମାନଙ୍କର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଏତଲା ଦାୟର କରିଛି।

ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଏତଳରେ ଲେଖା ଯାଇଛି ଯେ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି, ଏମ୍ସ ହସ୍ପିଟାଲ ଭୁନେଶ୍ୱର ସୁପରିଟେନଣ୍ଟ ଓ ଆଇସୋଲେସନ ୱାର୍ଡ ଇନଚାର୍ଜଙ୍କ ପୁଅ ମାନବ ମହାନ୍ତି ୪-୫ ଦିନ ତଳେ ବିଦେଶରୁ କରୋନା ସଂକ୍ରମିତ ହୋଇ ଫେରିବା ପରେ ତାଙ୍କର ସମସ୍ତ ବିଷୟକୁ ନିଜେ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଗୋପନ ରଖିବା ସହିତ ତାଙ୍କୁ ଡାକ୍ତର ମାନଙ୍କ ନିମନ୍ତେ ଉଦ୍ଧିଷ୍ଟ ରୁମରେ ରଖିବା ସହିତ ଅନ୍ୟ ଡ଼ାକ୍ତରଙ୍କ ସହିତ ସିଧା ସମ୍ବନ୍ଧରେ ଆସିଛନ୍ତି। ଜାଣିଶୁଣି ଉକ୍ତ ଘଟଣାକୁ ଲୁଚେଇବା ସହିତ ଡାକ୍ତର ସୌଭିନ ଭୂୟାଁ ମଧ୍ୟ ଏହାକୁ ସହଯୋଗ କରିଛନ୍ତି। ଯାହା ଫଳରେ କରୋନା ଭୁତାଣୁ ସଂକ୍ରମଣକୁ ନିଜେ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ଓ ତାଙ୍କ ପୁଅ ପ୍ରୋତ୍ସାହିତ କରିବା ସହିତ ଅନ୍ୟମାନଙ୍କର ଜୀବନ ସହିତ ଖେଳ ଖେଳିଥିବାରୁ ଓଡ଼ିଶା ସୁରକ୍ଷା ସେନା ପକ୍ଷରୁ ଏତଳରେ ଲେଖା ଯାଇଛି।

ସେନା ପକ୍ଷରୁ ଖଣ୍ଡଗିରି ଥାନାରେ ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରି ଭାରତୀୟ ପିଙ୍ଗଲ ଆଇନ ଧାରା ୨୬୯,୨୭୦,୨୭୧ ଓ ୧୮୮ ଅନୁଯାୟୀ ଉପଯୁକ୍ତ ମୁକଦମା ଦାୟର କରିବା ପାଇଁ ଏତଲା କୁହାଯାଇଛି। ଆଜି ଏହି ଏତଲା ପ୍ରଦାନ ସମୟରେ ଓଡ଼ିଶା ସୁରକ୍ଷା ସେନା ଉପ ସଭାପତି ଗିରିଜା ପ୍ରସନ୍ନ ଦାସ, ସାଧାରଣ ସମ୍ପାଦକ ସବ୍ୟସାଚୀ ଶତପଥୀ ଓ ଆଇନଜୀବୀ ସତ୍ୟବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Spread the love