ପ୍ରଧାନମନ୍ତ୍ରୀ ସେରା ସପ୍ତାହରେ ସମ୍ମାନିତ ହେବା ସମସ୍ତଭାରତୀୟଙ୍କ ପାଇଁ ଗର୍ବ ଓ ଖୁସିର ବିଷୟ-ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ବ୍ୟବହାରରେ ପରିବର୍ତନ ଆଣିବା ହିଁ ଜଳବାୟୁ ପରିବର୍ତନ ସହିତ ଲଢ଼ିବାର ସବୁଠୁ ଅସ୍ତ୍ର ବୋଲି ଶୁକ୍ରବାର ଭର୍ଚୁଆଲ ପ୍ଲାଟଫର୍ମରେ ଆୟୋଜିତ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ ୨୦୨୧ (ସେରା ସପ୍ତାହ) କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ସେରା ସପ୍ତାହ ବୈଶ୍ୱିକ ଉର୍ଜା ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କରିଥିବାବେଳେ ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସମ୍ମାନ ଭାରତୀୟ ନାଗରିକମାନଙ୍କର ଏବଂ ଏହା ସମସ୍ତ ଭାରତୀୟଙ୍କ ପାଇଁ ଗର୍ବ ଓ ଖୁସିର ବିଷୟ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ନୂଆଦିଲ୍ଲୀ ସ୍ଥିତ ଡା. ଅମ୍ବେଦକର ଅନ୍ତର୍ଜାତୀୟ ସେଂଟରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏହି ସେରା ସପ୍ତାହ କାର୍ଯ୍ୟକ୍ରମକୁ ଦେଖିବା ପରେ କହିଛନ୍ତି ଯେ ବିଶ୍ୱରେ ଉର୍ଜା ଦୃଶ୍ୟପଟ୍ଟରେ ଭଲ କାମ କରୁଥିବା ନେତୃତ୍ୱଙ୍କୁ ପ୍ରତିବର୍ଷ ସେରା ସପ୍ତାହ ବୈଶ୍ୱିକ ଉର୍ଜା ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଦିଆଯାଇ ସମ୍ମାନିତ କରାଯାଇଥାଏ। ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ସମ୍ମାନ ଭାରତୀୟ ନାଗରିକ ମାନଙ୍କର। ସମସ୍ତଘରକୁ ଉର୍ଜା ପହଁଚାଇବା, ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନାରେ ୯୯.୫ ପ୍ରତିଶତ ଏଲପିଜି ଯୋଗାଣ, ବିଏସ -୬ ଭଳି ସ୍ୱଚ୍ଛଇନ୍ଧନ ଆରମ୍ଭ ହେବା ପ୍ରଧାନମନ୍ତ୍ରୀ ମୋଦିଙ୍କ ଦୂରଦୃଷ୍ଟି ନେତୃତ୍ୱର ଉଦାହରଣ। ଆଜି ପ୍ରଧାନମନ୍ତ୍ରୀ ଯେଉଁ ସମ୍ମାନ ପାଇଛନ୍ତି ତାହା ତାଙ୍କ ଉର୍ଜା ନ୍ୟାୟ ଓ ସମସ୍ତଙ୍କୁ ସୁଲଭ ଦରରେ ସ୍ୱଚ୍ଛ ଇନ୍ଧନ, ସ୍ଥାୟୀ ଉର୍ଜା ଉପଲବ୍ଧ କରିବା ଦିଗରେ ଥିବା ପ୍ରତିବଦ୍ଧତାର ସମ୍ମାନ ।

ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ୫ ହଜାର ସିବିଜି ପ୍ଲାଂଟର କ୍ରିୟାନ୍ୱୟନ, ଭାରତକୁ ଗ୍ୟାସ ଆଧାରିତ ଅର୍ଥନୀତିରେ ପରିଣତ କରିବା, ଚଳିତବଜେଟରେ ହାଇଡ୍ରଜୋନ୍ ମିଶନର ଘୋଷଣା ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ କାର୍ଯ୍ୟକାରୀ ହେବା ପ୍ରଶଂସନୀୟ। ଭାରତର ଜନତା ଓ ଗରିବଙ୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଗ୍ଲୋବାଲ ବେଂଚମାର୍କ ଭାବରେ ପରିଗଣିତ ହୋଇଛି ବୋଲି  ମତବ୍ୟକ୍ତ କରିଛନ୍ତି ।

Spread the love