ମେ ୩୦ରୁ ଜୀ ସାର୍ଥକରେ ନୂଆ ମେଗା ଧାରାବାହିକ ‘ସୁନାଝିଅ’

ଭୁବନେଶ୍ୱର  : ଓଡ଼ିଆ ମନୋରଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ପୁଣି ଏକ ନୂଆ  ଧାରାବାହିକ ଆରମ୍ଭ ହେବାକୁ ଯାଉଛି, ଯାହାର ନାଁ ରହିଛି  ‘ସୁନା ଝିଅ’। ଆସନ୍ତା ମେ ୩୦ରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ୭: ୩୦ରେ ଏହା ପ୍ରସାରିତ ହେବ। ଏଥିରେ ଓଡିଆ ଘରର ନିଚ୍ଛକ କାହାଣୀକୁ ସ୍ଥାନ ଦିଆଯାଇଛି।ମା’ର ସୁରକ୍ଷା ଓ ସମ୍ମାନ ପାଇଁ କିଭଳି ଝିଅ ନିଜକୁ ପ୍ରସ୍ତୁତ କରିଛି ତାହାର ଝଲକ ଏହି ମେଗା ଧାରାବାହିକରେ ଦେଖିବାକୁ ମିଳିବ। ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇ କଠିନ ପରିଶ୍ରମ ବଳରେ ଝିଅଟିଏ ନିଜ ସ୍ବପ୍ନ ପୂରଣ କରିବା ସହ ଗୃହିଣୀ ମାଆ ପାଇଁ ଓ ସମାଜ ପାଇଁ ସୁନାଝିଅ ହେବା ଛୋଟିଆ କଥା ନୁହେଁ। ଯାହା କରିବାକୁ ଚେଷ୍ଟା କରିଛି ଝିଅଟିଏ। ପ୍ରକୃତରେ ଝିଅଟି ‘ସୁନାଝିଅ’ ହୋଇପାରୁଛି କି ନାହିଁ ତାହା ଏଥିରେ ଦେଖିବାକୁ ମିଳିବ। ଧାରାବାହିକରେ ଅର୍ପିତା କରଙ୍କୁ ମା ଭୂମିକାରେ ଦେଖିବାକୁ ମିଳିବ। ଝିଅ ଭୂମିକାରେ ରଜ କୁଇନ୍ ୨୦୨୨ର ପ୍ରତିଯୋଗୀ ଅଙ୍କିତାଙ୍କୁ ଦର୍ଶକମାନେ ଦେଖିବାକୁ ପାଇବେ। ଅନ୍ୟପଟେ ମଡେଲ ମାନସଙ୍କୁ ମଧ୍ୟ ଏଥିରେ ଭିନ୍ନ ଭୂମିକାରେ ଦେଖିବାକୁ ମିଳିବ।ଓଡିଆ ଦର୍ଶକଙ୍କୁ ପୂର୍ବରୁ ଅନେକ ମେଗା ଧାରାବାହିକ ଭେଟି ଦେଇଛି ଜୀ ସାର୍ଥକ । ଏବେ ପୁଣି ଆସନ୍ତା ୩୦ ତାରିଖରୁ ପ୍ରତ୍ୟେକ ଦିନ ସନ୍ଧ୍ୟା ୭ଟା ୩୦ରେ ଏହା ପ୍ରସାରିତ ହେବାକୁ ଥିବା ବେଳେ ଏହି ନୂଆ ମେଗା ଧାରାବାହିକ ପୁଣିଥରେ ଟେଲି ଦୁନିଆରେ ଧମାଲ କରିବ ବୋଲି କୁହାଯାଇପାରେ।

Spread the love