୫ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଲେ ୯ ସଙ୍ଗଠନର କର୍ମକର୍ତ୍ତା

ଭୁବନେଶ୍ୱର: ନବୀନ ନିବାସରେ ୫ଟି ଓ ନବୀନ ଓଡିଶାର ଅଧକ୍ଷ ଭି.କେ ପାଣ୍ଡିଆନଙ୍କୁ ଭେଟି ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟର ଆଉ ୯ଟି ସରକାରୀ ଓ ବେସରକାରୀ ସଂଗଠନର କର୍ମକର୍ତ୍ତାମାନେ। ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନକୁ ବାସ୍ତବତା ରୂପଦେବା ପାଇଁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ପୂରଣ କରିବା ପାଇଁ ୫-ଟି ଅଧ୍ୟକ୍ଷ ଯେଉଁଭଳି ଭାବେ ପରିଶ୍ରମ କରୁଛନ୍ତି ଏହାକୁ ପ୍ରଶଂସା କରିବା ସହିତ ଏହି କାର୍ଯ୍ୟ ପୂରଣ ପାଇଁ ଶ୍ରୀ ପାଣ୍ଡିଆନ୍‌ଙ୍କ ଉପରେ ପୂର୍ଣ୍ଣ ବିଶ୍ୱାସ ରହିବା କର୍ମକର୍ତ୍ତାମାନେ କହିଛନ୍ତି । ଏହା ସହିତ ଏହି ଯାତ୍ରାରେ କର୍ମକକର୍ତ୍ତାମାନେ ସମସ୍ତ ପ୍ରକାର ସହାୟତା ଦେବା ପାଇଁ ସମର୍ଥନ ଜଣାଇଛନ୍ତି ।

ଏହି ଅବସରରେ ଶ୍ରୀ ପାଣ୍ଡିଆନ୍‌ ସାକ୍ଷାତ ପାଇଁ ଆସିଥିବା ବ୍ୟକ୍ତି ଓ ସଂଗଠନର କର୍ମକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇବା ସହ ନୂଆ ଓଡ଼ିଶା ଗଠନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡ଼ିଶା ରୂପାନ୍ତରଣ ଯାତ୍ରା ଚାଲିଛି ବୋଲି କହିଛନ୍ତି । ଏହାସହିତ ସମସ୍ତେ ଏକ ହୋଇ ଓଡ଼ିଶା ଲୋକଙ୍କ ପାଇଁ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ଭିଜନକୁ ଶାକାର କରିବା ପାଇଁ ଶ୍ରୀ ପାଣ୍ଡିଆନ୍‌ ଆହ୍ୱାନ ଦେଇଛନ୍ତି ।

୫-ଟି ଅଧ୍ୟକ୍ଷଙ୍କୁ ଭେଟିଥିବା ସଂଗଠନ ଓ ବ୍ୟକ୍ତିଙ୍କ ମଧ୍ୟରେ ନିଖିଳ ଓଡ଼ିଶା ମଧ୍ୟାହ୍ଣ ଭୋଜନ ପାଚକ ଓ ପାଚିକା ମହାସଂଘ, ଉକ୍ରଳ ବାପଟିଷ୍ଟ ଚର୍ଚ୍ଚ ସଂଗଠନ, ଅଗ୍ରଗାମୀ ଅଘରିଆ ସଂଗଠନ, ସିଏମସି କର୍ମଚାରୀ ସଂଗଠନ, କଟକ ମାରୱାଡ଼ି ସମାଜ, ଓଡ଼ିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀ ମହାସଂଘ ଓ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଟିମ୍‌ର ସଦସ୍ୟମାନେ ଭେଟିଥିଲେ ।

Spread the love