ହୋଟେଲରୁ ଅସଞ୍ଜତ ଅବସ୍ଥାରେ ଉଦ୍ଧାର ହେଲେ ନେତା !

ପୁରୀ, ପୁରୀର ଏକ ହୋଟେଲରୁ ଅସଞ୍ଜତ  ଅବସ୍ଥାରେ ଜଣେ ନେତାଙ୍କୁ ଧରିଲା ପୋଲିସ। ଏହି ନେତାଙ୍କ ଘର ଯାଜପୁର ରୋଡ୍‌ରେ ବୋଲି କୁହାଯାଉଛି। ତାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟରେ ଅପଲୋଡ୍ ହୋଇଥିବା ଫଟୋରୁ ସେ ଏକ ରାଜନୈତିକ ଦଳସହ ଅଙ୍ଗାଅଙ୍ଗୀ ଭାବେ ଜଡ଼ିତଥିବା ଜଣାପଡିଛି।  ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓ ଏବେ ସୋସିଆଲ ମିଡିଆରେ  ଘୂରି ବୁଲୁଥିବା ଜଣାପଡିଛି।

ସୂଚନାଯୋଗ୍ୟ, ପୁରୀ ବଳିଆପଣ୍ଡା ଅଞ୍ଚଳର ଏକ ଘରୋଇ ହୋଟେଲରେ ଗତକାଲି ବିଳମ୍ବିତ ରାତିରେ ଦେହ କାରବାର ଚାଲୁଥିବା ଖବର ପାଇ ପୋଲିସ ଚଢ଼ଉ କରିଥିଲା ।

Spread the love