ଓୟୋ ହୋଟେଲରେ ସେକ୍ସ ରାକେଟ୍, ୮ ବଙ୍ଗୀୟ ଯୁବତୀ ଉଦ୍ଧାର

ଭୁବନେଶ୍ୱର, ୦୫|୦୯: ରାଜଧାନୀ ଭରତପୁର ଅଞ୍ଚଳରେ ଚାଲିଥିଲା ସେକ୍ସ ରାକେଟ ଠାବ। କଳିଙ୍ଗ ନଗର କେ୧ ରେ ଥିବା ଏକ ଓୟୋ ହୋଟେଲରେ ଚଢ଼ାଉ କରି ୮ ଜଣ ବଙ୍ଗୀୟ ଯୁବତୀଙ୍କୁ ଉଧାର ସହ ଦୁଇ ଯୁବକଙ୍କୁ ଗିରଫ କରିଛି ଭରତପୁର ଥାନା ପୋଲିସ । । ଦୀର୍ଘ ଦିନ ଧରି ହୋଟେଲ ରେ ଚାଲିଥିଲା ସେକ୍ସ ରାକେଟ।

ଖବର ପାଇ ଭରତପୁର ପୋଲିସ କରିଥିଲା ଚଢ଼ାଉ। ମଦ ବୋତଲ ସହ ବହୁ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ୍ । ହୋଟେଲ ମାଲିକ ଘଟଣା ସ୍ଥଳରୁ ଫେରାର ହୋଇଯାଇଛନ୍ତି। ଭରତପୁର ପୋଲିସ ମାଲିକଙ୍କୁ ଧରିବା ପାଇଁ ବିଭିନ ସ୍ଥାନରେ ଚଢ଼ାଉ ଜାରି ରଖିଛନ୍ତି ।

Spread the love