କମିଲା ‘ପଠାନ୍‌’ ରିଲିଜ୍‌ ହୋଇଥିବା ପରଦା ସଂଖ୍ୟା; ଜାଣନ୍ତୁ ୨୪ ଦିନର ବକ୍ସ ଅଫିସ୍‌ ରିପୋର୍ଟ

ମୁମ୍ବାଇ: ସାମ୍ନାକୁ ଆସିଲା ‘ପଠାନ୍‌’ର ୨୪ ଦିନର ବକ୍ସ ଅଫିସ୍‌ ରିପୋର୍ଟ। ଫିଲ୍ମଟି ରିଲିଜ୍‌ ହେବାରେ ୩ ସପ୍ତାହ ପରେ ବି ଭଲ ରୋଜଗାର କରିଚାଲିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ପଠାନ୍‌’ ୨୪ ଦିନରେ ୨.୫୦ କୋଟି ଟଙ୍କା ରୋଜଗାର କରିଛି। ତେବେ ଫିଲ୍ମ ରିଲିଜ୍‌ ପରଠାରୁ ଯେ‌ତିକି ପରଦାରେ ଦେଖିବାକୁ ମିଳିଥିଲା ‌ଏବେ ସେଥିରେ ହ୍ରାସ ଘଟିଛି। ‘ପଠାନ୍‌’ ଏବେ ସୁଦ୍ଧା ବିଶ୍ବସ୍ତରରେ ସମୁଦାୟ ୯୮୦ କୋଟିର ବେପାର କରି ସାରିଲାଣି। ଭାରତରେ ପିଭିଆର୍‌ ସିନେମା ହଲ୍‌ରେ ୪୬ ଲକ୍ଷ ଟଙ୍କା ରୋଜଗାର ହୋଇଥିବା ବେଳେ ଆଇନକ୍ସରେ ୩୫ ଲକ୍ଷ ଓ ସିନେପଲିସ୍‌ରେ ୨୦ ଲକ୍ଷ ଟଙ୍କା ରୋଜଗାର ହୋଇଛି।

ଦର୍ଶକଙ୍କ ମନରୁ ‘ପଠାନ୍‌’ ଫିଲ୍ମକୁ ଦେଖିବାର ନିଶା କମିବାର ନାଁ ଧରୁନି। ରିଲିଜ୍‌ ହେବାରେ ୨୪ ଦିନରେ ବି ସିନେମା ହଲ୍‌ରେ ଜମୁଛି ଦର୍ଶକଙ୍କ ଭିଡ଼। ଫିିଲ୍ମଟି ଲଗାତର ବକ୍ସ ଅଫିସ୍‌ରେ ଜବରଦସ୍ତ ରୋଜଗାର କରିବାରେ ଲାଗିଛି। ‘ପଠାନ’ର ଚାହିଦା କେବଳ ଭାରତ ନୁହେଁ, ବରଂ ଦୁନିଆ ସାରା ରହିଛି। ଭାରତୀୟ ବକ୍ସ ଅଫିସ ପରି ବିଦେଶରେ ବି ଫିଲ୍ମଟି ଦର୍ଶକଙ୍କ ମନ  ମୋହିଛି । ତେବେ ଫିଲ୍ମ ‘ପଠାନ’ ଜାନୁଆରି ୨୫ରେ ୧୦୦ଟି ଦେଶର ୮୦୦୦ରୁ ଅଧିକ ପରଦାରେ ମୁକ୍ତିଲାଭ କରିଥିଲା। ରିଲିଜ ପରେ ଏହାର ସ୍କ୍ରିନ ସଂଖ୍ୟା ଆହୁରି ୩୦୦କୁ ବଢ଼ାଇ ଦିଆଯାଇଥିଲା। ଏବେ ଫିଲ୍ମକୁ ମିଳୁଥିବା ଭଲପାଇବାକୁ ଦେଖି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ‘ପଠାନ-୨’ ନିର୍ମାଣ ନେଇ ଘୋଷଣା କରିଛନ୍ତି।

Spread the love