ଶାହିଦ ଆଫ୍ରିଦିଙ୍କୁ କରୋନା

ପାକିସ୍ତାନ କ୍ରିକେଟର ଶାହିଦ ଆଫ୍ରିଦି କରୋନା  ସଂକ୍ରମିତ ହୋଇଛନ୍ତି।  ଶାହିଦ ଆଫ୍ରିଦି କରୋନା ଟେଷ୍ଟ୍ କରାଇ ଥିଲେ। ତାଙ୍କ ରିପୋର୍ଟ ପଜିଟିଭ ଆସିଛି।  ଆଫ୍ରିଦି ଟ୍ବିଟ୍ କରିଛନ୍ତି ଯେ ସେ ଗୁରୁବାରଠାରୁ ଅସୁସ୍ଥ ଅନୁଭବ କରୁଛନ୍ତି। ତାଙ୍କ ଶରୀରରେ ଅତ୍ୟଧିକ ଯନ୍ତ୍ରଣା ହେଉଥିଲା। ତାଙ୍କ କରୋନା ଟେଷ୍ଟ୍ ହୋଇଥିଲା ଏବଂ ଦୁର୍ଭାଗ୍ୟବଶତଃ ରିପୋର୍ଟ ପଜିଟିଭ ଆସିଥିଲା।  ଆଫ୍ରିଦି କିଛି ଦିନ ତଳେ କାଶ୍ମୀର ଏବଂ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ, ଯାହା ପରେ ପୂର୍ବତନ ଭାରତୀୟ ଖେଳାଳୀ ଯୁବରାଜ ସିଂହ ଏବଂ ହରଭଜନ ସିଂହ ତାଙ୍କ ସହ ସମ୍ପର୍କ ଭାଙ୍ଗି ଦେଇଥିଲେ।

Spread the love