ଶକ୍ତି ମୋହନଙ୍କୁ ପ୍ରପୋଜ୍ କଲେ ଗୋଲ୍ଡେନ୍ ବୟ ନୀରଜ୍ ଚୋପ୍ରା

କରୋଓଗ୍ରାଫର କମ୍‌ ବି-ଟାଉନର ପ୍ରସିଦ୍ଧ ଡ୍ୟାନ୍ସର ଶକ୍ତି ମୋହନ ବର୍ତ୍ତମାନ ଡ୍ୟାନ୍ସ ପ୍ଲସ୍-୬ରେ ନଜର ଆସିଛନ୍ତି। ଶକ୍ତି ତାଙ୍କ ଡ୍ୟାନ୍ସ  ଓ ରାଘବଙ୍କ ସହ କେମେଷ୍ଟ୍ରୀଙ୍କୁ ନେଇ ଖୁବ୍‌ ଚର୍ଚ୍ଚାରେ ଥାଆନ୍ତି । କିନ୍ତୁ ଏବେ ସେ ଆଉ ଏକ ଘଟଣାକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି । ଯାହାକୁ ନେଇ ସବୁ ଆଡେ ଚର୍ଚ୍ଚା ହେବାରେ ଲାଗିଛି । ତେବେ ଟୋକିଓ ଅଲମ୍ପିକ୍‌ରେ ବଜୟ ହାସଲ କରିତିବା ଗୋଲ୍ଡେନ ବୟ ନୀରଜ ଚୋପ୍ରା ଶକ୍ତି ମୋହନଙ୍କ ପ୍ରପୋଜ୍‌ କରିଚନ୍ତି । ତାହା ପୁଣି ସର୍ବ ସମ୍ମୁଖରେ ନିଜ ମନର କଥା କହିଦେଲେ ଗୋଲ୍ଡେନ ବୟ।  ଆଉ ନିଜ ଷ୍ଟାଇଲ୍‌ରେ ଅନ୍ଦାଜରେ କହିଛନ୍ତି । ନୀରଜ ଚୋପ୍ରାଙ୍କ ଏହି ପ୍ରପୋଜ ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଟୋକିଓ ଅଲିମ୍ପିକ୍ସରେ ଗୋଲ୍ଡ ଜିତି ଦେଶ ପାଇଁ ଗୌରବ ଆଣିବା ପରେ ବେଶ ଚର୍ଚ୍ଚାରେ ରହୁଛନ୍ତି ନୀରଜ। ସେ ଏବେ ସୋଶାଲ ମିଡିଆର ପାଲଟିଛନ୍ତି ହଟ୍‌ ଟପିକ୍‌। କେତେବେଳେ ବିଜ୍ଞାପନ ତ ଆଉ କେତେବେଳେ ମାଗାଜିନ। ସେହିପରି ଆଉ କେବେ ଟିଭି ଶୋ’ରେ ସେ ମଚାଉଛନ୍ତି ଧମାଲ।ତାଙ୍କ ଫ୍ୟାନ୍ସ ଫଲୋର୍ସଙ୍କ ଲମ୍ବା ଲାଇନ୍ ଲାଗିଛି । ହେଲେ ତାହାରି ଭିତରେ ଝିଅମାନଙ୍କ ଲାଇନ୍‌ ଟିକେ ଅଧିକ ରହିଛି । ହେଲେ ବର୍ତ୍ତମାନ କୌନ୍‌ ବନେଗା କରୋଡ ପତି (KBC-13) ପରେ ଏବେ ଡ୍ୟାନ୍ସ ରିଆଲଟି ଶୋ’ ଡ୍ୟାନ୍ସ ପ୍ଲାସ୍‌-୬ର ଷ୍ଟେଜ୍‌ରେ ନୀରଜଙ୍କୁ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ସେ ନିଜ ଅନ୍ଦାଜରେ ଡ୍ୟାନ୍ସ କରିବା ସହ ଜବରଦସ୍ତ ମସ୍ତି ମୁଡ୍‌ରେ ଧମାଲ କରିଛନ୍ତି। ରିଆଲିଟି ଶୋ’ରେ ସେ ଡ୍ୟାନ୍ସର ରାଘବଙ୍କ ସହ ବେଶ୍ ମଜାଳିଆ ଢଙ୍ଗରେ ନାଚୁଥିବାର ଦେଖିବାକୁ ମିଲିଛି। ଷ୍ଟେଜ୍‌ରେ ନୀରଜ ରାଘବଙ୍କୁ ଗୋଲ୍ଡ ମେଡାଲ ଜିତିବାର ଡ୍ୟାନ୍ସ ଠାରୁ ଆରମ୍ଭ କରି ପାର୍ଟି ଡ୍ୟାନ୍ସ, ବ୍ରୋମାନ୍ସ ଡ୍ୟାନ୍ସ ଭଳି ଷ୍ଟେପ ଶିଖାଉଛନ୍ତି। କେବଳ ସେତିକି ନୁହେଁ ଡ୍ୟାନ୍ସର ଶକ୍ତି ମୋହନ୍‌ଙ୍କୁ ମଧ୍ୟ ସେ ପ୍ରପୋଜ କରୁଛନ୍ତି ।

Spread the love