ପଦ୍ମଶ୍ରୀରେ ସମ୍ମାନିତ ପ୍ରଖର ଗାନ୍ଧୀବାଦୀ ଶକୁଳନ୍ତା ଚୌଧୁରୀଙ୍କ ପରଲୋକ

ନୂଆଦିଲ୍ଲୀ ୨୧।୦୨: ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ପ୍ରଖର ଗାନ୍ଧୀବାଦୀ ଶକୁନ୍ତଳା ଚୌଧୁରୀଙ୍କ ପରଲୋକ ହୋଇଛି । ୧୦୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ବିଭିନ୍ନ ରୋଗରେ ପୀଡିତ ହୋଇ ଗତ ୧୦ ବର୍ଷ ଧରି ସେ ଚିକିତ୍ସିତ ହେଉଥିଲେ। ସେ ଗତ ଏକ ଦଶନ୍ଧିରୁ ଅଧିକ ସମୟ ଧରି ଗୌହାଟୀର ସରାନିଆ ଆଶ୍ରମରେ ରହି ଆସୁଥିଲେ ଏବଂ ଏଠାରେ ତାଙ୍କର ଦେଖାଶୁଣା କରାଯାଉଥିଲା । ସୋମବାର ରାଷ୍ଟ୍ରୀୟ ପର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶକୁନ୍ତଳା ଚୌଧୁରୀଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି, ଗାନ୍ଧୀବାଦୀ ମୂଲ୍ୟବୋଧକୁ ଉପରକୁ ଉଠାଇବାରେ ଶକୁନ୍ତଳା ଚୌଧୁରୀଙ୍କ ଜୀବନ ସାରା କରିଥିବା ପ୍ରସାୟ ପାଇଁ ସର୍ବଦା ମନେ ରହିବେ । ସରାନିଆ ଆଶ୍ରମରେ ତାଙ୍କର ଜନମଙ୍ଗଳ କାମ ଅନେକ ଲୋକଙ୍କ ଜୀବନରେ ସକାରାତ୍ମକ ପ୍ରଭାବ ପକାଇଛି। ତାଙ୍କର ବିୟୋଗରେ ଅତ୍ୟନ୍ତ ମର୍ମାହତ’। ଶକୁନ୍ତଳା ଚୌଧୁରୀ ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ନିଜ ଜୀବନରେ ସେ ବିନୋବା ଭାବେଙ୍କ ସହ ବିଭିନ୍ନ ସଂଗ୍ରାମରେ ସାମିଲ ହୋଇଥିଲେ। ଭୂଦାନ ଆନ୍ଦୋଳନର ଶେଷ ପର୍ଯ୍ୟାୟରେ ଆସାମରେ ଅଢେଇ ବର୍ଷ ଯାଏ ଚାଲିଥିବା ପଦଯାତ୍ରାରେ ସେ ସାମିଲ ହୋଇଥିଲେ।

Spread the love