ପବିତ୍ର ଶାମ୍ବ ଦଶମୀ ପାଇଁ ଚଳଚଞ୍ଚଳ ଅର୍କକ୍ଷେତ୍ର

ପବିତ୍ର ଶାମ୍ବ ଦଶମୀକୁ ନେଇ ଚଳଚଞ୍ଚଳ ଅର୍କକ୍ଷେତ୍ର । ଏହି ଅବସରରେ ଶହ ଶହ ଶ୍ରଦ୍ଧାଳୁ ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଛନ୍ତି । ଭକ୍ତଙ୍କ ସମାଗମକୁ ଆଖିରେ ରଖି ପୁଲିସ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ପୁରାଣ କଥା ଅନୁସାରେ ଶ୍ରୀକୃଷ୍ଣ ପୁତ୍ର ଶାମ୍ବ କୁଷ୍ଠ ରୋଗରେ ପୀଡିତ ହୋଇ ଚନ୍ଦ୍ରଭାଗାରେ ସୂର୍ଯ୍ୟଙ୍କ ଉପାସନା କରି ଆରୋଗ୍ୟ ଲାଭ କରିଥିଲେ । ସେହିଦିନ ଠାରୁ ଶାମ୍ବ ଦଶମୀରେ ହଜାର ହଜାର ଶ୍ରଦ୍ଧାଳୁ ଆସି ଚନ୍ଦ୍ରଭାଗାରେ ବୁଡ ପକାଇ ସୂର୍ଯ୍ୟ ଦେବତାଙ୍କୁ ଦର୍ଶନ କରିଥାନ୍ତି ।

Spread the love