ଶନି ସାଢ଼େ ସତୀ ସରିଯିବା ପରେ ଏସବୁ ରାଶିରେ ବର୍ଷିବ ଧନ, ବଢିବ ଯଶ ଓ ସମ୍ମାନ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଗତିକୁ ଧିର ମନାଯାଏ । ଶନିଦେବ ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଯିବା ପାଇଁ ୨.୫ ବର୍ଷ ସମୟ ନେଇଥାନ୍ତି । ଅର୍ଥାତ ନ୍ୟାୟଦାତା ଶନିଦେବ ଧିର ଗତିରେ ରାଶି ପରିବର୍ତ୍ତନ କରିଥାନ୍ତି । ଶନିଦେବଙ୍କୁ ରାଶି ଚକ୍ର ଅତିକ୍ରମ କରିବା ପାଇଁ ପାଖାପାଖି ୩୦ ବର୍ଷ ସମୟ ଲାଗିଥାଏ । ଶନିଙ୍କ ପ୍ରଭାବ ସମସ୍ତ ରାଶି ଉପରେ ଲମ୍ବା ସମୟ ଧରି ରହିଥାଏ । ଶନିଙ୍କ ଆଶିର୍ବାଦରେ ସବୁକିଛି ପ୍ରାପ୍ତ ହୋଇଥାଏ । କିନ୍ତୁ ତାଙ୍କ କୋପ ଦୃଷ୍ଟି ପଡିଲେ ଅନେକ ସମସ୍ୟା ମଧ୍ୟ ଦେଖାଯାଏ ।

ଏବେ କିନ୍ତୁ ଏହି ସବୁ ରାଶିରେ ସରିଗଲା ଶନି ସାଢେ ସତି। ଯାହାଫଳରେ ଶନିଙ୍କ କୋପ ପ୍ରଭାବର ଏମାନେ ଆଉ ଶିକାର ହେବେ ନାହିଁ । କୁହାଯାଏ ଶନି ସାଢେ ସତି ସମୟରେ ପ୍ରଭାବିତ ରାଶି ମାନକ ଉପରେ ଖରାପ ପ୍ରଭାବ ପଡିଥାଏ । ତେବେ ଶନି ବର୍ତ୍ତମାନ ତାଙ୍କର ରାଶି କୁମ୍ଭରେ ଉପସ୍ଥିତ ଅଛନ୍ତି ଏବଂ ୨୦୨୫ ପର୍ଯ୍ୟପଡିଥାଏ ନ୍ତ ସେ ଏହି ରାଶିରେ ଅବସ୍ଥାନ କରିବେ। ଏହା ବ୍ୟତୀତ ଗତ ମାର୍ଚ୍ଚ ୧୫ରେ ଶନି ଶତାବିଶା ନକ୍ଷତ୍ରରେ ପ୍ରବେଶ କରିଛନ୍ତି। ଶନି ଆସନ୍ତା ୧୭ ଅକ୍ଟୋବର ପର୍ଯ୍ୟନ୍ତ ଶତାବିଶା ନକ୍ଷତ୍ରରେ ରହିବେ। ଯାହାର ସ୍ୱାମୀ ହେଉଛନ୍ତି ଗୁରୁଗ୍ରହ ବୃହସ୍ପତି। ଶତାବିଶା ନକ୍ଷତ୍ରରେ ରହୁଥିବା ଶନି ୫ଟି ରାଶିର ଲୋକଙ୍କୁ ବହୁତ ଶୁଭ ଫଳାଫଳ ମିଳିବ।

ମେଷ ରାଶି: ଅକ୍ଟୋବର ପର୍ଯ୍ୟନ୍ତ ସମୟ ଏହି ଲୋକଙ୍କ ପାଇଁ ବ୍ୟବସାୟ ଆରମ୍ଭ କରିବା ପାଇଁ ଶୁଭ ହେବ। ବ୍ୟବସାୟୀମାନଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ହେବ। ଅନ୍ୟପକ୍ଷରେ ଯେଉଁମାନେ ଚାକିରିରେ ଅଛନ୍ତି ସେମାନେ ସମ୍ମାନ ପାଇବେ। ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବାର ସମ୍ଭାବନା ରହିଛି।

ମିଥୁନ ରାଶି: ଶନିଙ୍କ ଚଳନ କାରଣରୁ ମିଥୁନ ରାଶିଙ୍କ ବ୍ୟକ୍ତି ବିଶେଷଙ୍କ ଜୀବନରେ ମଧ୍ୟ ଅନେକ ସୁଧାର ଆସିବାର ସମ୍ଭାବନା ରହିଛି। ଶନିଙ୍କ ଶତାବିଶା ନକ୍ଷତ୍ର ପ୍ରବେଶ ମିଥୁନ ରାଶିର ବ୍ୟକ୍ତି ଅନେକ ଲାଭ ପାଇବେ। ଏହି ଲୋକମାନେ ଅନେକ ସମସ୍ୟାରୁ ମୁକ୍ତି ପାଇବେ। ବିଦେଶ ଯିବାର ସୁଯୋଗ ପାଇପାରିବେ। କ୍ୟାରିୟରରେ ଅଗ୍ରଗତି ହେବ।

ସିଂହ ରାଶି: ସିଂହ ରାଶି ଚିହ୍ନ ପାଇଁ ଶନିଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ ଅକ୍ଟୋବର ପର୍ଯ୍ୟନ୍ତ ସେମାନଙ୍କ କ୍ୟାରିଅରରେ ଅତୁଳନୀୟ ଫଳାଫଳ ଦେବ। ବଡ଼ ସଫଳତା ହାସଲ କରିପାରବେ। ଇଚ୍ଛାକୃତ ସ୍ଥାନକୁ ସ୍ଥାନାନ୍ତର କରିବେ । ନୂଆ ଚାକିରିର ସନ୍ଧାନ ସମ୍ପୂର୍ଣ୍ଣ ହେବ। ଆୟ ବୃଦ୍ଧି ପାଇବ।

ତୁଳା ରାଶି: ଅକ୍ଟୋବର ୧୭ ପର୍ଯ୍ୟନ୍ତ ତୁଳା ରାଶିର ଲୋକଙ୍କ ପାଇଁ ଶନି ଅନେକ ଶୁଭ ଫଳାଫଳ ଦେବ। କ୍ୟାରିଅରରେ ଆପଣ ଚାହୁଁଥିବା ପଦୋନ୍ନତି ପାଇପାରିବେ। ଆୟ ବୃଦ୍ଧି ପାଇବ। ଯେଉଁମାନେ ବ୍ୟବସାୟ କରୁଛନ୍ତି ସେମାନେ ଟଙ୍କା ପାଇବେ। ଛାତ୍ରମାନେ ସେମାନଙ୍କର ପରିଶ୍ରମର ସମ୍ପୂର୍ଣ୍ଣ ଫଳାଫଳ ମଧ୍ୟ ପାଇବେ।

ଧନୁ ରାଶି: ଶନିଙ୍କ ନକ୍ଷତ୍ରରେ ଶନିଙ୍କ ପ୍ରବେଶ ଧନୁ ରାଶି ଲୋକଙ୍କ ପାଇଁ ସଫଳତା ଆଣିବ। ଏହି ସମୟ ଆପଣଙ୍କୁ ଅନେକ କ୍ଷେତ୍ରରେ ଉପକୃତ କରିବ। ପୁରୁଣା ସମସ୍ୟା ସମାପ୍ତ ହେବ। ଏହି ସମୟ ବ୍ୟବସାୟୀମାନଙ୍କୁ ମଧ୍ୟ ଲାଭ ଦେଇପାରେ।

ସେପଟେ ଶୁକ୍ରଙ୍କ ଚଳନ ପରେ ୪ ରାଶିଙ୍କ ଭାଗ୍ୟରେ ଧନବର୍ଷା ହେବାର ସମ୍ଭାବନା ରହିଛି। ବିଶେଷ କରି ଶୁକ୍ରଙ୍କ ଗୋଚର ମକର ରାଶିର ଜାତକଙ୍କୁ ଫଳାଫଳ ଦେବ ।ପ୍ରତ୍ୟେକ କ୍ଷେତ୍ରରେ ସନ୍ତୁଷ୍ଟ ହେବେ ଓ ଆର୍ଥିକ ଦୃଷ୍ଟିରୁ ମଜବୁତ ହେବେ । ଏହି ସମୟ ମଧ୍ୟରେ ଆପଣ ନିଜର କ୍ୟାରିୟରର ଶୀର୍ଷ ସ୍ଥାନକୁ ପହଞ୍ଚିବାରେ ସଫଳ ହୋଇପାରିବେ । ଏହି ଗୋଚର ବ୍ୟବସାୟୀମାନଙ୍କ ପାଇଁ ମଧ୍ୟ ସକାରାତ୍ମକ ଫଳାଫଳ ଆଣିବ । ବିଶେଷକରି ଏହି ଗୋଚର ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଫଳପ୍ରଦ ପ୍ରମାଣିତ ହେବ । ଏହି ସମୟରେ ପ୍ରେମୀ ଯୁଗଳମାନଙ୍କ ହାତଗଣ୍ଠି ପଡ଼ିପାରେ । କନ୍ୟାରାଶିଙ୍କ ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଯଶ ସମ୍ମାନରେ ମଧ୍ୟ ବୃଦ୍ଧି ଘଟିବାର ସମ୍ଭାବନା ରହିଛି। ଶୁକ୍ରଙ୍କର ଏହି ଗୋଚର ଏହି ରାଶିର ଜାତକଙ୍କ ପାଇଁ ଲାଭଦାୟକ ହେବ।

Spread the love