ଶନି ଦୋଷରୁ ମୁକ୍ତି ପାଇବାକୁ ଅଶ୍ୱଥ ବୃକ୍ଷ ମୂଳେ ଦୀପ ଜଳା ଯାଏ କାହିଁକି ପଢ଼ନ୍ତୁ

ଭୁବନେଶ୍ୱର,୨୦/୦୨: ଶନିବାର ଶନିଦେବଙ୍କୁ ପୂଜାର୍ଚ୍ଚନା କରାଯାଏ। ଶନିଙ୍କ ପ୍ରକୋପରୁ ରକ୍ଷା ପାଇବାକୁ କିଛି ଲୋକେ ଅଶ୍ୱଥ ବୃକ୍ଷ ମୂଳରେ ସୋରିଷ ତେଲ ଦୀପ ଜାଳି ପୂଜା କରିଥାନ୍ତି। ପୌରାଣିକ କଥା ଅନୁସାରେ ଏହି ଉପାୟ ଦ୍ୱାରା ମହାଦେଶ, ଶନି ସାଢେସାତୀ, ଢେୟାର ପ୍ରଭାବ କମ କରାଯାଇପାରେ। ଏହା ପଛରେ କଣ ପୌରାଣିକ କାରଣ ଅଛି ପଢନ୍ତୁ ରୋଚକ କଥା।
ପୌରାଣିକ କଥା ଅନୁସାରେ, ତ୍ରେତୟା ଯୁଗରେ ଥରେ ଭୟାବହ ଦୁର୍ଭିକ୍ଷ ପଡିଥିଲା। କୌଶିକ ଋଷି ମଧ୍ୟ ଏହି ପୀଡାରୁ ବର୍ତ୍ତୀ ପାରିଲେନି। ସେ ପତ୍ନୀ ଓ ପିଲାଙ୍କୁ ଧରି ସୁରକ୍ଷିତ ସ୍ଥାନ ଖୋଜିଲେ। ରାସ୍ତାରେ ପରିବାରର ଭରଣ-ପୋଷଣ କଠିନ ହୋଇପଡ଼ିବାରୁ ଗୋଟିଏ ପୁତ୍ରକୁ ସେ ଅଧା ବାଟରେ ଛାଡି ଦେଲେ। ସେ ବହୁତ ଦୁଃଖିତ ହେଲା। ବାଳକକୁ ଗୋଟିଏ ସ୍ଥାନରେ ଅଶ୍ୱଥ ବୃକ୍ଷ ଓ ଗୋଟିଏ ପୋଖରୀ ନଜର ଆସିଲା। ଭୋକରେ ବ୍ୟାକୁଳ ବାଳକ ଅଶ୍ୱଥ ପତ୍ର ଖାଇ ପୋଖରୀର ପାଣି ସେଠାରେ ଜୀବନ ବିତାଇଲା।

ଦିନେ ନାରଦଙ୍କ ନଜର ବାଳକ ଉପରେ ପଡିଲା। ବାଳକର ସାହସରୁ ପ୍ରଭାବିତ ହୋଇ ସେ ବାଳକ ପାଖକୁ ଆସି ଭଗବାନ ବିଷ୍ଣୁଙ୍କ ପୂଜା ବିଧି କହି ପୂଜା କରିବାକୁ କହିଥିଲେ। ନାରଦଙ୍କ କଥା ଶୁଣି ବାଳକ ନିୟମିତ ଭଗବାନ ବିଷ୍ଣୁଙ୍କୁ ପୂଜା କରି ତାଙ୍କୁ ପ୍ରସନ୍ନ କରିଥିଲା। ତାଙ୍କ ଠାରୁ ଯୋଗ ଓ ଜ୍ଞାନ ଶିକ୍ଷା କରି ମହର୍ଷି ହୋଇଗଲେ। ନାରଦ ତାଙ୍କ ନାଁ ରଖିଲେ ପିପ୍ପଲାଦ।ଦିନେ ମହର୍ଷି ପିପ୍ପଲାଦ ନାରଦଙ୍କୁ ନିଜ ବାଲ୍ୟକାଳର କଷ୍ଟର କାରଣ ପଚାରିଲେ। ନାରଦ କହିଥିଲେ ତାଙ୍କର ଏହି ଦୁଃଖର କାରଣ ଶନିଙ୍କ ମନାମାନୀ ଓ ଆତ୍ମଭିମାନୀ ବ୍ୟବହାର। ଯେଉଁଥିପାଇଁ ସବୁ ଦେବତା ତାଙ୍କୁ ଭୟ କରନ୍ତି। ଏହି ଶୁଣି ପିପ୍ପଲାଦଙ୍କୁ କ୍ରୋଧ ଆସିଲା। ସେ କ୍ରୋଧ ନୟନରେ ଆକାଶ ଆଡକୁ ମୁହଁ କରି ଶନିଙ୍କୁ ଦେଖିଲେ। ପିପ୍ପଲାଦଙ୍କ କ୍ରୋଧଭରା ନଜରର ପ୍ରଭାବରେ ଶନି ଆହତ ହୋଇ ଜମିରେ ପଡିଗଲେ। ଶନିଙ୍କ ଗୋଟିଏ ଗୋଡ ଆହତ ହୋଇଥିଲା। ପିପ୍ପଲାଦ ତଥାପି ଶାନ୍ତ ହେଲେନି। ଆଉ କିଛି ଅଘଟଣ ନ ହେଉ ସେଥିପାଇଁ ବ୍ରହ୍ମା ସେଠାରେ ଆସି ପହଞ୍ଚିଲେ। ସେ କହିଥିଲେ ବିଧି ବିଧାନ ଅନୁସାରେ ଶନିଙ୍କୁ ନିଜ କାମ କରିବାକୁ ପଡିଥାଏ। ତାଙ୍କ ସହ ଯାହା ଘଟିଲା ସେଥିପାଇଁ ଶନିଙ୍କର କିଛି ଭୁଲ ନାହିଁ ବୋଲି ସେ କହିଥିଲେ।

Spread the love