ବିମାନରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରା ଗିରଫ

 ଏୟାର ଇଣ୍ଡିଆରେ ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରିଥିବା ଅଭିଯୁକ୍ତ ଶଙ୍କର ମିଶ୍ରାଙ୍କୁ ବେଙ୍ଗାଲୁରୁରୁ ଗିରଫ କରାଯାଇଛି । ଗିରଫ ପରେ ତାଙ୍କୁ ଦିଲ୍ଲୀ ଅଣାଯାଇଛି । ସୂଚନା ମୁତାବକ, ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ଜଣେ ମହିଳା ଯାତ୍ରୀଙ୍କ ଉପରେ ଶଙ୍କର ମିଶ୍ରା ନିଶାରେ ଥାଇ ପରିସ୍ରା କରିଦେଇଥିଲେ । ଏନେଇ ୭୦ ବର୍ଷୀୟ ମହିଳା ଯାତ୍ରୀ ଜଣକ ଏୟାର ଇଣ୍ଡିଆ କ୍ରୁ ମେମ୍ବର୍ସଙ୍କୁ ଅଭିଯୋଗ କରିଥିଲେ ବି କେହି କିଛି ପଦକ୍ଷେପ ନେଇନଥିଲେ । ବାଧ୍ୟ ହୋଇ ସେ ପରେ ଟାଟା ଗ୍ରୁପ୍ ଚେୟାରପର୍ସନଙ୍କୁ ଚିଠି ଲେଖି ଅଭିଯୋଗ କରିଥିଲେ । କହିରଖୁଁ, ଦିଲ୍ଲୀ ପୋଲିସ ତରଫରୁ ମହିଳାଙ୍କ ଉପରେ ପରିଶ୍ରା କରିଥିବା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।

ଏହାସହ ତଦନ୍ତ ପାଇଁ ଶୁକ୍ରବାର ଦିନ ଦିଲ୍ଲୀ ପୋଲିସର ଏକ ଟିମ୍ ମୁମ୍ବାଇରେ ପହଞ୍ଚିଥିଲା । ଦିଲ୍ଲୀ ପୋଲିସର ସୂଚନା ମୁତାବକ ମୁମ୍ବାଇର କୁର୍ଲା ଅଞ୍ଚଳରେ ଶଙ୍କର ମିଶ୍ରାଙ୍କ ସଂପର୍କୀୟ ରହୁଛନ୍ତି । ଶଙ୍କରଙ୍କ ବାବଦରେ ପଚରା ଉଚରା କରିବା ପାଇଁ ଦିଲ୍ଲୀ ପୋଲିସ ସେଠାରେ ପହଞ୍ଚିଥିଲା ।

Spread the love