ଦିଆସିଲି ଖୋଳରେ ରହିପାରୁଛି ଶାଢି

ତେଲେଙ୍ଗାନା : ଏମିତି ଏକ ଶାଢି ତିଆରି ହୋଇଛି, ଯାହା ଦିଆସିଲି ଖୋଳ ଭିତରେ ରହି ପାରୁଛି। ଏ ଶାଢି ପ୍ରସ୍ତୁତ କରିଛନ୍ତି ତେଲେଙ୍ଗାନାର ଜଣେ ବୁଣାକାର। କଜନ୍ନ ସିଲସିଲ୍ଲା ଜିଲ୍ଲାର ବୁଣାକାର ନଲ୍ଲା ବିଜୟ ତେଲଙ୍ଗାନା ମନ୍ତ୍ରୀ କୋଟି ରାମା ରାଓ, ପି ସବିତା ଇନ୍ଦିରା ରେଡ୍ଡୀ, ଭି ଶ୍ରୀନିବାଶ ଗୌଡ ଓ ଏରାବେଲ୍ଲି ନୟାକର ରାଓଙ୍କ ସାମ୍ନାରେ 5.5ମିଟର ଲମ୍ବା ଶାଢି ପ୍ରଦର୍ଶନ କରି ଖବରର ଶିରୋନାମା ପାଲଟିଛନ୍ତି।

୨୦୧୫ ରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ବାରାକ ଓବାମା ଓ ପ୍ରଥମ ମହିଳା ମିଶେଲଙ୍କୁ ସେମାନଙ୍କ ଭାରତ ଗ୍ରସ୍ତ ସମୟରେ ରେଶମର ଏହି ଶାଢିଟିକୁ ଭେଟି ଦେଇଥିଲେ । ବିଜୟ କହିଛନ୍ତି, ତାଙ୍କ ବାପା ନଲ୍ଲା ପରନ୍ଧା ମୁଲୁ ଦିଆସିଲି ଖୋଳରେ ଜାଗା ଧରିବା ଭଳି ଶାଢି ବୁଣିବା ଆରମ୍ଭ କରିଥିଲେ । ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀଙ୍କୁ ସେ ଏହି ଶାଢି ଭେଟି ଦେଇଥିଲେ । ଏହି ଶାଢି ପ୍ରସ୍ତୁତ କରିବା ଅତ୍ୟନ୍ତ ସମୟ ସାପେକ୍ଷ। ଏହାକୁ ତିଆରି କରିବାକୁ ଖୁବ୍ ଅଧିକ ସମୟ ବି ଲାଗିଥାଏ ।

ସାଧାରଣତଃ ଗୋଟିଏ ଶାଢି ପ୍ରସ୍ତୁତ ଲାଗି ୨୦ ରୁ ୨୫ ଦିନ ଲାଗିଥାଏ । ଏହା ଶତ ପ୍ରତିଶତ ପ୍ରାକୃତିକ, ଏଥିରେ କୌଣସି ରସାୟନ ବ୍ୟବହାର କରାଯାଏ ନାହିଁ। ଜନ ଗାଓଁ ଜିଲ୍ଲାରୁ ଏହି ଶାଢି ପାଇଁ ଶୁଦ୍ଧ ରେଶମ ଆସିଥାଏ । ଏହାସହ କେବଳ ପରିବା ରଙ୍ଗକୁ ଏହି ଶାଢିରେ ବ୍ୟବହାର କରାଯାଏ । ତେଲେଙ୍ଗନାର ଔପଚାରିକ ହ୍ୟାଣ୍ଡଲରେ ଏହି ଶାଢି ବିଷୟରେ ଟୁଇଟ୍ କରାଯାଇଛି।

ପାରମ୍ପରିକ ପୋଷାକ ବହୁତ ଭାରି ହୋଇଥିବାବେଳେ ଏହି ଶାଢି ଗେମ୍ ଚେଞ୍ଜର ହୋଇପାରିବ ବୋଲି ବିଜୟ କହିଛନ୍ତି। ଏହି ଶାଢି ପ୍ରସ୍ତୁତ ଲାଗି ଏକ ହ୍ୟାଣ୍ଡଲୁମ୍ ୟୁନିଟ୍ କାମ କରୁଛି। ଏତେ ପରିଶ୍ରମ ପରେ ଶାଢିର ଉଚିତ ମୂଲ୍ୟ ମିଳୁନଥିବା ବିଜୟ କହିଛନ୍ତି। ଏ ଶାଢିର ପ୍ରାରମ୍ଭିକ ମୂଲ୍ୟ ୧୦ ହଜାର ଟଙ୍କା ରହିଛି ।

Spread the love