ଶସ୍ତ୍ର ବିଶ୍ୱବିଦ୍ୟାଳୟର ୩୬ତମ ସମାବର୍ତ୍ତନ ଉତ୍ସବ

ଭୁବନେଶ୍ୱର  :  ଦେଶର ପ୍ରମୁଖ ଘରୋଇ ଶିକ୍ଷାନୁଷ୍ଠାନ ‘ଶସ୍ତ୍ର ବିଶ୍ୱବିଦ୍ୟାଳୟ’ର ୩୬ତମ ସମାବର୍ତ୍ତନ ଉତ୍ସବରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉତ୍ସବଟି ଅନୁଷ୍ଠିତ ହୋଇଯାଇଛି।ଏହି ଉତ୍ସବରେ କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଏଲ୍‌. ମୁରୁଗାନ୍‌ଙ୍କ ସମେତ ବିଶ୍ୱବିଦ୍ୟାଳୟର ସମସ୍ତ ପଦାଧିକାରୀ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ଶସ୍ତ୍ର ବିଦ୍ୟାବିଦ୍ୟାଳୟର ସ୍ନାତକଙ୍କୁ ସମ୍ବନ୍ଧିତ କରି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି, ଉଦୀୟମାନ ପ୍ରଯୁକ୍ତିବିଦ୍ୟା, ଡିଜିଟାଲ୍‌, ଗବେଷଣା ଏବଂ ଇନୋଭେଶନ୍‌, ଉଦ୍ୟୋଗତା, ସର୍କୁଲାର୍‌ ଇକୋନୋମି, ସ୍ଥାୟିତ୍ୱ ଓ ଭାରତୀୟ ଶିକ୍ଷା ପ୍ରଣାଳୀ ଭଳି ସାତ ସୂତ୍ରକୁ ଏହି ଅମୃତ କାଳରେ ଠିକ୍‌ ଭାବେ ବ୍ୟବହାର କରାଗଲେ ଆଗାମୀ ୨୫ ବର୍ଷ ପାଇଁ ଏକ ନୂତନ ଭାରତ ଗଠନରେ ବିଦ୍ୟାର୍ଥୀଙ୍କର ଯୋଗଦାନ ରହିପାରିବ। ସେହିଭଳି ୫ଜି, ଡିଜିଟାଲ ଅର୍ଥନୀତି, ଚାଇନା ତୁଳନାରେ ଦ୍ରୁତ ଗତିରେ ୟୁନିକର୍ନ ସୃଷ୍ଟି ଇତ୍ୟାଦିରେ ଭାରତ ଦ୍ରୁତ ଅଗ୍ରଗତି କରୁଥିବା ବିଷୟରେ ପ୍ରଧାନ ବିସ୍ତୃତ ମତ ପ୍ରକାଶ କରିଛନ୍ତି। ପରିଶେଷରେ ବିଦ୍ୟାଳୟର ୭୨ ପିଏଚଡି ଛାତ୍ରଙ୍କ ସହ ୪,୧୦୦ରୁ ଅଧିକ ସ୍ନାତକଙ୍କୁ ସ୍ବତନ୍ତ୍ର ପୁରସ୍କାର ସହ ଅତିଥିମାନେ ଡିଗ୍ରୀ ପ୍ରଦାନ କରିଥିଲେ। ସେହିଭଳି ଫ୍ଲୋରିଡା ବିଶ୍ୱବିଦ୍ୟାଳୟର ଗଣିତ ପ୍ରଫେସର ଡ. କୃଷ୍ଣସ୍ବାମୀ ଆଲାଡି ଏବଂ ଚାମୁ କ୍ରିଷ୍ଣ ଶାସ୍ତ୍ରୀଙ୍କୁ ମଧ୍ୟ ଡକ୍ଟରେଟ ପ୍ରଦାନ କରାଯାଇଥିଲା।

Spread the love