ହାତ ଧରିଲେ ଶତ୍ରୁଘ୍ନ ସିହ୍ନା

ବହୁ ପ୍ରତୀକ୍ଷାର ଅନ୍ତ ଘଟାଇ ବିଜେପିର ବିଦ୍ରୋହୀ ନେତା ତଥା ବଲିଉଡ୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଶନିବାର କଂଗ୍ରେସରେ ଯୋଗ ଦେଇଛନ୍ତି । କଂଗ୍ରେସ ମୁଖପାତ୍ର ରଣଦୀପ ସିଂହ ସୁରଜେବାଲାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ସେ ଦଳରେ ସାମିଲ ହୋଇଛନ୍ତି । କଂଗ୍ରେସରେ ଯୋଗ ଦେଇ ଶତ୍ରୁଘ୍ନ ସିହ୍ନା କହିଛନ୍ତି ଯେ, ବିଜେପିର ସ୍ଥାପନା ଦିବସ ଅବସରରେ ଦଳ ଛାଡୁଥିବାରୁ ମୁଁ ଦୁଃଖିତ ।

ବିହାରର ନିର୍ବାଚନୀ ପ୍ରଚାର ପାଇଁ କଂଗ୍ରେସର ଜାରି ହୋଇଥିବା ଷ୍ଟାର ପ୍ରଚାରକ ସୂଚୀରେ ପୂର୍ବରୁ ଶତ୍ରୁଘ୍ନ ସିହ୍ନାଙ୍କ ନାମ ରହିଛି । ପାରମ୍ପରିକ ଆସନ ବିହାର ପାଟନା ସାହିବ ଆସନରେ ଶତ୍ରୁଘ୍ନ ସିହ୍ନା ନିର୍ବାଚନ ଲଢିପାରନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି ।

Spread the love