ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ଶିବରାଜ ସିଂହ ଚୌହାନ

ଜୁଲାଇ ୬ ତାରିଖରୁ ଦେଶ ସମେତ ସାରା ରାଜ୍ୟରେ ବିଜେପିର ସଦସ୍ୟତା ଅଭିଯାନ ଆରମ୍ଭ ହୋଇଛି ।  ଓଡିଶାରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବା ପାଇଁ ଅଗଷ୍ଟ ୧୦ ତାରିଖ ଦିନ ରାଷ୍ଟ୍ରୀୟ ସଦସ୍ୟତା ପ୍ରମୁଖ ଓ ବିଜେପି ରାଷ୍ଟ୍ରୀୟ ଉପସଭାପତି ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ  ଶିବରାଜ ସିଂହ ଚୌହାନ ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି । ଶ୍ରୀ ଚୌହାନ ଆଗାମୀ ୧୦ ତାରିଖ ଦିନ ସକାଳେ ଭୁବନେଶ୍ୱରରେ ପହଂଚି ରାଜ୍ୟ କାର୍ଯ୍ୟାଳୟରେ ସଦସ୍ୟତା ଅଭିଯାନର ସମୀକ୍ଷା କରିବେ । ଏହା ପରେ ଖୋର୍ଦ୍ଧାର ଗୀତା ଭବନ ପଡିଆରେ ଏକ ବିଶାଳ ସଦସ୍ୟତା ଅଭିଯାନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସେଠାରେ ଶ୍ରୀ ଚୌହାନ ସମସ୍ତଙ୍କୁ ସଦସ୍ୟତା କରାଇବା ସହ ଓଡିଶା ପ୍ରଦେଶରୁ ସକ୍ରିୟ ସଦସ୍ୟତା ଗ୍ରହଣ କରିବେ । ସେହିପରି ଅଗଷ୍ଟ ୧୧ ତାରିଖ ଦିନ ସକାଳେ ଶ୍ରୀ ଚୌହାନ ଏକ ପ୍ରେସମିଟ ମାଧ୍ୟମରେ ଗଣମାଧ୍ୟକୁ ସମ୍ବୋଧିତ କରିବେ ବୋଲି ରାଜ୍ୟ ବିଜେପି ସାଧାରଣ ସଂପାଦକ  ପୃଥ୍ୱୀରାଜ ହରିଚନ୍ଦନ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ଓଡିଶାରେ ୫୦ ଲକ୍ଷ ନୂତନ ସଦସ୍ୟତା ସଂଗ୍ରହ କରିବାର ଲକ୍ଷ୍ୟ ରଖି ରାଜ୍ୟ ବିଜେପି ସଦସ୍ୟତା ଅଭିଯାନକୁ ବ୍ୟାପକ
କରିଛି । ତୃଣମୂଳ ସ୍ତରରେ ସଙ୍ଗଠନକୁ ସୁଦୃଢ କରିବା ଏବଂ ନୂତନ ସଦସ୍ୟ ସଂଗ୍ରହ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ
ା ଦେଶର ପୁନଃ ନିର୍ମାଣରେ ସହଭାଗିତା ହେବା ସହ ଏକ ନୂଆ ଭାରତ ଏବଂ ନୂତନ ଓଡିଶା ଗଠନ କରିବା ଏହି ସଦସ୍ୟତା
ଅଭିଯାନର ପ୍ରମୁଖ ଲକ୍ଷ୍ୟ ରହିଛି ବୋଲି ହରିଚନ୍ଦନ କହିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ମୁଖପାତ୍ର  ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love