ଇସ୍ରାଏଲକୁ ହମାସ ଟାର୍ଗେଟ କରୁଥିବା ବେଳେ ଗାଜା ଡାକ୍ତରଖାନା ଉପରେ ପଡ଼ିଥିଲା ରକେଟ, ଅଡିଓ କ୍ଲିପରୁ ହେଲା ଖୁଲାସା

ନୂଆଦିଲ୍ଲୀ: ଇସ୍ରାଏଲ ପାଇଁ ଗାତ ଖୋଳିଥିଲା, ହେଲେ ନିଜେ ସେହି ଗାତରେ ପଡ଼ିଲା ହମାସ। ମଙ୍ଗଳବାର ରାତିରେ ଗାଜା ନଗରୀରେ ଥିବା ଡାକ୍ତରଖାନାରେ ବିସ୍ଫୋରଣ ଯୋଗୁଁ ଅନ୍ୟୂନ ୫୦୦ ଲୋକ ମରିଥିବା ବ‌େଳେ ଅସଂଖ୍ୟ ଆହତ ହୋଇଥିଲେ। ଏହି ଆକ୍ରମଣ ଇସ୍ରାଏଲ କରିଥିବା ନେଇ ହମାସ ପ୍ରଥମେ ଦାବି କରିଥିଲା। ହେଲେ ଏବେ ହମାସର ରକେଟ ହିଁ ଗାଜା ଡାକ୍ତରଖାନା ଉପରେ ପଡ଼ିଥିବା ଜଣାପଡ଼ିଛି।

୨ହମାସ ଆତଙ୍କବାଦୀ ପରସ୍ପର ମଧ୍ୟରେ କଥା ହେଉଥିବାର ଏକ ଅଡିଓ ଏବେ ଏକ୍ସରେ ଭାଇରାଲ ହେଉଛି, ଯେଉଁଥିରେ ଦୁହେଁ ଗାଜା ଡାକ୍ତରଖାନାରେ ହୋଇଥିବା ବିସ୍ଫୋରଣ ବିଷୟରେ କଥା ହେଉଛନ୍ତି। ଭାଇରାଲ ଅଡିଓରୁ ଜଣାପଡ଼ିଛି ଯେ, ହମାସ, ଇସ୍ରାଏଲକୁ ଟା‌‌ର୍ଗେଟ କରି ରକେଟ ମାଡ଼ କରୁଥିବା ବେଳେ ଏହା ଭୁଲବଶତଃ ଗାଜା ଡାକ୍ତରଖାନା ଉପରେ ମାଡ଼ ହୋଇଥିଲା। ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ) ପୂର୍ବରୁ ଜାରି କରିଥିବା ଭିଡିଓ କ୍ଲିପରେ ଦାବି କରିଥିଲା ଯେ, ଗାଜା ଡାକ୍ତରଖାନା‌ ଉପରେ ହୋଇଥିବା ଆକ୍ରମଣ ପାଇଁ ହମାସ ଦାୟୀ। ଟାର୍ଗେଟ ଭୁଲ ଥିବାରୁ ଇସ୍ରାଏଲ ପରିବର୍ତ୍ତେ ଗାଜା ଡାକ୍ତରଖାନା ଉପରେ ମାଡ଼ ହୋଇଥିଲା ରକେଟ। ଏବେ ନିଜ ଦାବିର ପ୍ରମାଣ ଦେବାକୁ ଯାଇ ଆଇଡିଏଫ ହମାସ ଆତଙ୍କବାଦୀଙ୍କ ଅଡିଓ କ୍ଳିପ ଜାରି କରିଛି।

Spread the love