ମା’ ହେଲେ ଲୋକପ୍ରିୟ ସିଙ୍ଗର ଶ୍ରେୟା ଘୋଷାଲ

ମୁମ୍ବାଇ ୨୨/୫: ମା’ ହେଲେ ଲୋକପ୍ରିୟ ଗାୟୀକା ଶ୍ରେୟା ଘୋଷାଲ। ଏନେଇ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖୁସି ଖବର ଦେଇଛନ୍ତି। ଗୁଡ୍‌ ନ୍ୟୁଜ୍‌ ସେୟାର କରିବା ସହ ଆଶୀର୍ବାଦ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଛନ୍ତି ଶ୍ରେୟା। ତାଙ୍କର ଏହି ପୋଷ୍ଟକୁ ଫ୍ୟାନ୍ସ ଖୁବ ପସନ୍ଦ କରୁଥିବା ବେଳେ ଶୁଭେଚ୍ଛା ଜଣାଉଥିବା ଦେଖିବାକୁ ମିଳିଛି।

ଶ୍ରେୟା ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ଭଗବାନ ଆଜି ଦ୍ବିପ୍ରହରରେ ଜଣେ ପୁତ୍ର ସନ୍ତାନ ଦେଇ ଆଶୀର୍ବାଦ କରିଛନ୍ତି। ଏହା ଏମିତି ଏକ ଭାବନା ଯାହାକି କେବେ ଅନୁଭବ ହୋଇନଥିଲା। ଶିଳାଦିତ୍ୟ ଏବଂ ମୁଁ ଆମ ପରିବାର ସହ ସେଲିବ୍ରେଟ କରୁଛୁ। ଆପଣମାନଙ୍କ ଆଶୀର୍ବାଦ ପାଇଁ ବହୁତ ଧନ୍ୟବାଦ।’

ପୂର୍ବରୁ ନିଜର ସନ୍ତାନର ନାଁ ସେୟାର କରିଥିଲେ ଶ୍ରେୟା। ପୋଷ୍ଟ କରି ଲେଖିଥିଲେ ‘ବେବି ଶ୍ରେୟାଦିତ୍ୟ ଆସୁଛି।  ଶିଳାଦିତ୍ୟ ଏବଂ ମୁଁ ଏହି ଖବର ଆପଣମାନଙ୍କ ସହ ସେୟାର କରି ଖୁସି ହେଉଛୁ। ନିଜ ଜୀବନର ନୂଆ ଅଧ୍ୟାୟ ଆରମ୍ଭ ସହ ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦର ଆବଶ୍ୟକତା ରହିଛି।’

ପୁତ୍ର ସନ୍ତାନ ଜନ୍ମ ଦେବା ପରେ ଶ୍ରେୟା ଏବଂ ତାଙ୍କ ସ୍ବାମୀଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ବହୁ ବଡ଼ ବଡ଼ ସେଲିବ୍ରିଟି ଦମ୍ପତ୍ତିଙ୍କୁ ଅଭିନନ୍ଦନ ଜଣାଇବା ସହ ଫ୍ୟାନ୍ସଙ୍କ ଖୁସି କହିଲେ ନସରେ। ଭାରତର ଲୋକପ୍ରିୟ ତଥା ହାଇ ପେଡ୍‌ ସିଙ୍ଗର ଶ୍ରେୟା ଘୋଷାଲ ୨୦୧୫ରେ ଶିଳାଦିତ୍ୟଙ୍କୁ ବେଙ୍ଗଲୀ ପରମ୍ପରା ଅନୁସାରେ ବିବାହ କରିଥିଲେ।  ଉଭୟଙ୍କ ମଧ୍ୟରେ ୧୦ ବର୍ଷର ପ୍ରେମ ସମ୍ପର୍କ ଥିଲା। ଏବେ ସେମାନେ ଜଣେ ବେବି ବୟର ପିତାମାତା ହୋଇଛନ୍ତି।

Spread the love