ରାଜ୍ୟପାଳଙ୍କ ପତ୍ନୀଙ୍କ ଦେହାନ୍ତ, ମୁଖ୍ୟମନ୍ତ୍ରୀଙ୍କ ଶୋକ

ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶିଳା ଦେବୀଙ୍କର ଗତରାତିରେ ପରଲୋକ ହୋଇଯାଇଛି। ନଭେମ୍ବର ୧ ତାରିଖରୁ କରୋନାରେ ଆକ୍ରାନ୍ତ ହୋଇ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସୁଶିଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଧର୍ମପରାୟଣ, ପରୋପକାରୀ ମହିଳା ଥିଲେ ବୋଲି କହିବା ସହ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ତାଙ୍କ ମୃତଦେହ ଆଜି ଘରୋଇ ହସ୍ପିଟାଲରୁ ପ୍ରଥମେ ରାଜଭବନକୁ ଅଣାଯିବ। ଏହାପରେ ସେଠାରୁ ପୁରୀ ନିଆଯାଇ ତାଙ୍କୁ ଶେଷକୃତ କରାଯିବ ବୋଲି ସୂଚନା ମିଳିଛି। କୋଭିଡ କଟକଣା ମଧ୍ୟରେ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇ ରାଜ୍ୟର ପ୍ରଥମ ମହିଳାଙ୍କ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାଯାଇଛି।

Spread the love