ସିଆଚିନ ଗ୍ଲାସିୟରରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ୧୯ ହଜାର ଫୁଟ୍ ଉଚ୍ଚରେ ସାଟେଲାଇଟ ଲଗାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ସିଆଚିନର ସୁଉଚ୍ଚ ପାହାଡରେ ମଧ୍ୟ ଏବେ ଇଣ୍ଟରନେଟ ବ୍ୟବହାର ସମ୍ଭବ। ଭାରତୀୟ ସେନାର ଫାୟର ଆଣ୍ଡ ଫ୍ୟୁରି କୋର ଅନୁସାରେ ସିଆଚିନ ସିଗ୍ରଲର୍ସ ଦ୍ୱାରା ସେପ୍ଟେମ୍ୱର ୧୮ରେ ସିଆଚିନ ଗ୍ଲାସିୟର ଉପରେ ସାଟେଲାଇଟ ବେସଡ୍ ଇଣ୍ଟରନେଟ ସେବାକୁ ୧୯,୦୬୧ ଫୁଟ ଉଚ୍ଚରେ ଆରମ୍ଭ କରାଯାଇଛି ।

ଭାରତୀ ସେନାର ଏହି ଶାଖା ଅନୁସାରେ, ଏହା ଦୁନିଆର ସବୁଠୁ ଉଚ୍ଚ ୱାର ଜୋନ, ଯେଉଁଠି ସାଟେଲାଇଟ୍ ଆଧାରିତ ଇଣ୍ଟରନେଟ ସେବା ଆମ୍ଭ କରାଯାଇଛି । ସିଆଚିନ ଗ୍ଲାସିୟର କାଶ୍ମୀରର ଉତ୍ତରରେ ୬୭୦୦ ମିଟରର ଉଚ୍ଚରେ ରହିଛି । ଏଠାରେ ବଡ଼ ବଡ଼ ଶୃଙ୍ଗ ଏବଂ ଘାଟିରେ ବଡ ସଂଖ୍ୟାରେ ସୈନିକ ଉପସ୍ଥିତ ଯୋଗୁଁ ଏହା ଘାତକ ନୁହେଁ, ବରଂ ଏଠାର ଜଳବାୟୁ ଏବଂ ଦୁର୍ଗମ ଅଞ୍ଚଳ ମଧ୍ୟ ଜୀବନ ନେଇଥାଏ ।ଏହା ପୂର୍ବରୁ ଭାରତୀୟ ସେନା ଜରୁରୀକାଳୀନ ଉପକରଣ କିଣିବା ପାଇଁ ଭାରତୀୟ ରକ୍ଷା ଉଦ୍ୟୋଗକୁ ଆମନ୍ତ୍ରିତ କରିଥିଲା । ଏଥିରେ ବନ୍ଧୁକ, ମିଶାଇଲ, ଡ୍ରୋନ, କାଉଣ୍ଟର ଡ୍ରୋନ, ଲୋଇଟର ଏମ୍ୟୁନିଶନ, କମ୍ୟୁନିକେସନ ଏବଂ ଅପ୍ଟିକଲ ସିଷ୍ଟମ ଆଦିର ପ୍ରସ୍ତାବ ରଖାଯାଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ସିଆଚିନରେ ହାରାହାରି ତାପମାତ୍ରା ବର୍ଷ ସାରା ଶୂନରୁ -୨୦ ଡିଗ୍ରୀ ଯାଏଁ ରହିଥାଏ । କିନ୍ତୁ ଶୀତ ଦିନରେ ଏଠାରେ ତାପମାତ୍ରା -୫୦ ଡିଗ୍ରୀ ଯାଏଁ ତଳକୁ ଖସିଥାଏ।

Spread the love