ବ୍ଲକ ସ୍ତରୀୟ ଟେନିକୋଏଟ ଶିବିର ଅନୁଷ୍ଠିତ

ସଇଁନ୍ତଲା, ବଲାଙ୍ଗୀର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ବାଳିକା ବିଦ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଟେନିକୋଏଟ୍ ଶିବିର ଅନୁଷ୍ଠିତ ହୋଇଥିଲା l ଏଥିରେ ବ୍ଲକ ର ୭ଟି ବିଦ୍ୟାଳୟ ରୁ ୧୪/୧୭ ବର୍ଷ ର ୨୮ ଜଣ ବାଳକ, ବାଳିକା ଅଂଶ ଗ୍ରହଣ କରିଥିଲେl

ବ୍ଲକ ସମ୍ପାଦିକା ରଞ୍ଜିତା ମିଶ୍ର ଙ୍କ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଦାୟିତ୍ଵ ରେ ଥିବା ବୀଣାପାଣି ନନ୍ଦ,ନିପନ୍ ନାୟକ, ବ୍ରହ୍ମା ଭୋଇ, ବନିତା ପ୍ରଧାନ, ବାସୁଦେବ ଶୁନାନୀ ସହଯୋଗ କରିଥିବା ବେଳେ ଖେଳ ଶିକ୍ଷକ ବଦ୍ରିନାଥ ସାହୁ, ଦିନମଣି ପୋଡ଼,ପ୍ରେମ ରାଜ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l

Spread the love