ବଙ୍ଗୀୟ ଅଭିନେତ୍ରୀ ମାଧବୀ ମୁର୍ଖାଜୀ ଅସୁସ୍ଥ

ମୁମ୍ବାଇ : ବଙ୍ଗୀୟ ଅଭିନେତ୍ରୀ ମାଧବୀ ମୁଖାର୍ଜୀଙ୍କୁ ବର୍ତ୍ତମାନ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ବିବ୍ରତ ହୋଇପଡିଛନ୍ତି । ବୃଦ୍ଧାବସ୍ଥା ଜନିତ ଅସୁସ୍ଥତା କାରଣରୁ ମାଧବୀ ମୁଖାର୍ଜୀଙ୍କୁ ଗତକାଲିି କୋଲକାତାର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏନେଇ ଡାକ୍ତରଖାନା କତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।

ସୂଚନା ଅନୁଯାୟୀ ୮୦ ବର୍ଷିୟ ମାଧବୀ ମୁଖାର୍ଜୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ହସ୍ପିଟାଲ ପକ୍ଷରୁ କୁହାଯାଇଛି କି ମାଧବୀ ମୁଖାର୍ଜୀ ଶରୀରରେ ରକ୍ତ ଅଭାବ ଏବଂ ଅନିୟନ୍ତ୍ରିତ ମଧୁମେହ ରୋଗରେ ପୀଡିତ ଥିଲେ । ତାଙ୍କର ବର୍ତ୍ତମାନ ଏହି ସବୁର ପରୀକ୍ଷା କରାଯିବ। ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛନ୍ତି। ତାଙ୍କ ପ୍ରଶଂସକମାନେ ବର୍ତ୍ତମାନ ତାଙ୍କ ଆଶୁ ଆରୋଗ୍ୟ ପାଇଁ ପ୍ରାର୍ଥନା କରୁଛନ୍ତି ।କହିବାକୁ ଗଲେ ମାଧବୀ ମୁଖାର୍ଜୀ ‘ଦିବାରାତରିର କାବ୍ୟା’ରେ ଶ୍ରେଷ୍ଠ ଅଭିନେତ୍ରୀ ଏବଂ  ସେଥିପାଇଁ ସେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ମାଧବୀଙ୍କ ନାମ ବଙ୍ଗଳା ଅଭିନେତ୍ରୀମାନଙ୍କ ମଧ୍ୟରେ ସାମିଲ୍‌ ହୋଇଛି ।  ସେ ଅନେକ ଫିଲ୍ମରେ କାମ କରିଛନ୍ତି । ତାଙ୍କ ଅଭିନୟ ପାଇଁ ସେ ଖୁବ୍‌ ଶୀର୍ଷରେ ଅଛନ୍ତି ।

Spread the love