ସିଦ୍ଧାର୍ଥ ଶୁକ୍ଲାଙ୍କ ଜନ୍ମ ଜୟନ୍ତୀରେ ଭାବୁକ ହେଲେ ଶେହନାଜ, ପୋଷ୍ଟ କଲେ ଏମିତି ଫଟୋ

ମୁମ୍ବାଇ ୧୨/୧୨ : ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କର ଆଜି ଜନ୍ମ ଜୟନ୍ତୀ। ଜନ୍ମ ଜୟନ୍ତୀ ଅବସରରେ ଅଭିନେତାଙ୍କ ପ୍ରଶଂସକ ତାଙ୍କୁ ମନେପକାଇଛନ୍ତି। ସେପ୍ଟେମ୍ବର ୨ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ଅଭିନେତ୍ରୀ ଶେହନାଜ ଗିଲ ଓ ସିଦ୍ଧାର୍ଥଙ୍କ ମା’ ତାଙ୍କ ମୃତ୍ୟୁରେ ପୁରା ଭାଙ୍ଗି ପଡ଼ିଥିଲେ। ଶେହନାଜ ଗିଲ ତାଙ୍କୁ ବହୁତ ଭଲପାଉଥିଲେ। ସିଦ୍ଧାର୍ଥଙ୍କ ଜନ୍ମ ଜୟନ୍ତୀରେ ଶେହନାଜ ସିଦ୍ଧାର୍ଥଙ୍କ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି।

ଫଟୋ ସେୟାର କରି ଶେହନାଜ କିଛି କ୍ୟାପ୍ସନ ଦେଇନାହାନ୍ତି। ସେ ସେୟାର କରିଥିବା ଫଟୋ ହଜାରେ ଶବ୍ଦ ସହ ସମାନ। ଫଟୋରେ ସିଦ୍ଧାର୍ଥଙ୍କ ଦେବଦୁତ ଭଳି ଡେଣା ଅଛି। ଫଟୋରେ ଶେହନାଜ ଜାହିର କରିବାକୁ ଚେଷ୍ଟା କରିଛନ୍ତି ଯେ ସିଦ୍ଧାର୍ଥ ଯେଉଁଠି ଅଛନ୍ତି ଖୁସି ଅଛନ୍ତି। ପ୍ରାୟ ଘଣ୍ଟେ ପୂର୍ବରୁ ଶେହନାଜ ଇନଷ୍ଟାଗ୍ରାମରେ ଏହି ଫଟୋ ସେୟାର କରିଛନ୍ତି। ଫଟୋକୁ ପ୍ରାୟ ୬ ଲକ୍ଷ ୟୁଜର୍ସ ଲାଇକ କରିଛନ୍ତି। ଶେହନାଜ ସିଦ୍ଧାର୍ଥଙ୍କୁ ବହୁତ ମନେପକାଉଛନ୍ତି। ଫଟୋ ଦେଖି ତାଙ୍କ ପ୍ରଶଂସକ ମଧ୍ୟ ଭାବୁକ ହୋଇଯାଇଛନ୍ତି।

Spread the love