କେତେ ସମ୍ପତ୍ତିର ମାଲିକ ପଞ୍ଜାବୀ ସିଙ୍ଗର ହାର୍ଡ଼ି ସନ୍ଧୁ

ମୁମ୍ବାଇ ୧୮/୧୨ : ହାର୍ଡ଼ି ସନ୍ଧୁ ଆଜିକାଲି ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଧମାଲ କରୁଛନ୍ତି। ଲୋକେ ତାଙ୍କ ସ୍ୱରର ଦିୱାନା। ଦେଶକୁ ନିଜ ସ୍ୱରରେ ପାଗଳ କରିଥିବା ହାର୍ଡ଼ି ସନ୍ଧୁ ପୂର୍ବରୁ କ୍ରିକେଟ୍ ଖେଳୁଥିଲେ। ତାଙ୍କ ଜୀବନରେ ଏକ ଦୁର୍ଘଟଣା ତାଙ୍କୁ କ୍ରିକେଟ୍ ଠାରୁ ଦୂରେଇ ନେଇଥିଲା। ଥରେ କ୍ରିକେଟ୍ ଖେଳିବାବେଳେ ହାର୍ଡ଼ି ଗୁରୁତର ଆହତ ହୋଇଥିଲେ। ତେଣୁ ତାଙ୍କୁ କ୍ରିକେଟରୁ ଦୂରେଇବାକୁ ପଡିଥିଲା। ଏହା ପରେ ହାର୍ଡ଼ି ଗୀତ ଗାଇବାରେ ନିଜର କ୍ୟାରିୟର କରିଥିଲେ। ହାର୍ଡ଼ି କେତେ ସମ୍ପତ୍ତିର ମାଲିକ ଆସନ୍ତୁ ଜାଣିବା…

ହାର୍ଡ଼ି ସନ୍ଧୁ ପଂଜାବୀ ସିନେମାରେ ଅନେକ ସୁପରହିଟ ଗୀତ ଦେଇଛନ୍ତି। ପ୍ରଶଂସକ ତାଙ୍କ ଗୀତ ଓ ସ୍ୱରର ଦିୱାନା। ହାର୍ଡ଼ିଙ୍କ ପ୍ରଥମ ହିଟ ଗୀତ ଥିଲା ଟକିଲା ଶଟ। ଏହି ଗୀତ ତାଙ୍କ କ୍ୟାରିଅରକୁ ଉଚ୍ଚରେ ପହଞ୍ଚାଇଥିଲା। ଏହାପରେ ସେ କେବେ ପଛକୁ ଫେରି ଦେଖି ନାହାନ୍ତି।

ହାର୍ଡ଼ି ଏବେ ଯାଏଁ ଅନେକ ମ୍ୟୁଜିକ ଆଲବମ କରି ସାରିଛନ୍ତି। ଇଣ୍ଡଷ୍ଟ୍ରିରେ ସେ ଜଣେ ପ୍ଲେବ୍ୟାକ ସିଙ୍ଗର ଭାବେ ମଧ୍ୟ କାମ କରୁଛନ୍ତି। ସେ ହିନ୍ଦୀ ଫିଲ୍ମ ‘ତୁମ ବିନ ୨’, ‘ଵାଲା’ ଓ ‘ଗୁଡ଼ ନ୍ୟୁଜ’ରେ ମଧ୍ୟ ଗୀତ ଗାଇଛନ୍ତି।

ଗୀତ ଗାଇବା ସହ ଅଭିନୟ କ୍ଷେତ୍ରରେ ମଧ୍ୟ ସେ ବହୁତ ଆକ୍ଟିଭ। ସେ ପଂଜାବୀ ଫିଲ୍ମ ୟାରାନା ଦ କ୍ୟାଚ୍ ଅପ୍ ଓ ମେରା ମାହି ଏନଆରଆଇରେ ମଧ୍ୟ ନଜର ଆସିଛନ୍ତି। ସେ ଖୁବ ଶୀଘ୍ର କପିଳ ଦେବଙ୍କ ବାୟୋପିକ ‘୮୩’ରୁ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ହାର୍ଡ଼ିଙ୍କ ସମ୍ପତ୍ତି ବିଷୟରେ ଯଦି କୁହାଯାଏ, ଏତିକି କାମ କରି ସେ କୋଟିଏ ଟଙ୍କାର ସମ୍ପତ୍ତି କରିସାରିଛନ୍ତି। republicworld.com ରିପୋର୍ଟ ଅନୁଯାୟୀ, ହାର୍ଡ଼ିଙ୍କ ମୋଟ ସମ୍ପତ୍ତି ପ୍ରାୟ ୨୧ ମିଲିୟନ ଡଲାର ଅର୍ଥାତ ୧୫୫ କୋଟି ଟଙ୍କା।

Spread the love