ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନୀଙ୍କ ବଡ ବୟାନ, ‘ସଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କଲେ ମୋର ଆପତ୍ତି ନାହିଁ

ନୂଆଦିଲ୍ଲୀ ,୨୧।୧:  କିଏ ହେବ ପଞ୍ଜାବରେ କଂଗ୍ରେସର ମୁଖ୍ୟମନ୍ତ୍ରୀ ଚେହେରା ? ଦଳ ଚରଣଜିତ୍ ସିଂଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିବାକୁ ବିଚାର କରୁଥିବା ବେଳେ ଏବେ ଚନ୍ନୀଙ୍କ ବୟାନ ପୁଣି ଥରେ ପଞ୍ଜାବ ରାଜନୀତିକୁ ନୂଆ ଖୋରାକ ଯୋଗାଇଛି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନୀ କହିଛନ୍ତି, ଆସନ୍ତା ବିଧାନସଭା ନିର୍ବାଚନରେ ଦଳ ଯଦି ନବଜୋତ ସିଂ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରେ, ତେବେ ଏଥିରେ ତାଙ୍କୁ କୌଣସି ଆପତ୍ତି ନାହିଁ ।

ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓକୁ ପ୍ରତିକ୍ରିୟା ଦେଇ ଚନ୍ନୀ କହିଛନ୍ତି, ‘ଦଳ ପାଇଁ ଦୀର୍ଘ ବର୍ଷ ଧରି କାମ କରିଆସିଛି । ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ଦଳର ଶୀର୍ଷ ନେତୃତ୍ୱ ଯେଉଁ ନିଷ୍ପତ୍ତି ନେବେ ତାକୁ ମୁଁ ସମର୍ଥନ ଜଣାଇବି’ ।

ଦଳ ସିଦ୍ଧୁଙ୍କୁ ମୁଖ୍ୟମନ୍ତ୍ରୀ ଚେହେରା କରିପାରେ କି ପ୍ରଶ୍ନର ଉତ୍ତରର ଚନ୍ନୀ କହିଛନ୍ତି, ‘ସିଦ୍ଧୁ ମୋର ଭାଇ ଏବଂ ଦଳ ଯଦି ଏହି ନିଷ୍ପତ୍ତି ନିଏ ତେବେ ଏଥିରେ ମୋର କୌଣସି ଆପତ୍ତି ନାହିଁ’। ସୂଚନାଯୋଗ୍ୟ, ଆସନ୍ତା ଫେବ୍ରୁଆରୀ ୨୦ ତାରିଖରେ ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ଭୋଟ ହେବ। ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ ।

Spread the love