ଟୋକିଓ ଅଲିମ୍ପିକ୍ସରେ ଆଉ ଏକ ପଦକ ବ୍ରୋଞ୍ଚ ଆଣିଲେ ସିନ୍ଧୁ
ଟୋକିଓ: ଅଲିମ୍ପିକ୍ସରେ ଭାରତ ହାତେଇଲା ଆଉ ଏକ ପଦକ । ସୁନା ଝିଅ ସିନ୍ଧୁ ବ୍ରୋଞ୍ଚ ପଦକ ହାସଲ କରିବାରେ ସଫଳ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ବ୍ୟାଡମିଣ୍ଟନ କ୍ରୀଡ଼ାରେ ଭାଗ ନେଇଥିବା ପିଭି ସିନ୍ଧୁ ପୁଣି ଦେଶକୁ ଗୌରବାନ୍ୱିତ କରିଛନ୍ତି । ମିରାବାଇଙ୍କ ପରେ ପିଭି ସିନ୍ଧୁ ଅଲିମ୍ପିକ୍ସରେ ଭାରତକୁ ମେଡାଲ ଦେଇଛନ୍ତି । ଫଳରେ ଭାରତ ଦୁଇଟି ମେଡ଼ାଲ ଜିତିବାରେ ବର୍ତ୍ତମାନ ସୁଦ୍ଧା ସକ୍ଷମ ହୋଇଛନ୍ତି ।
ସେମି ଫାଇନାଲରେ ହାରିବା ପରେ ସିନ୍ଧୁ ବ୍ରୋଞ୍ଚ ପଦକ ପାଇଁ ଆଶାୟୀ ଥିଲେ । ଆଜି ପ୍ରତିପକ୍ଷ ଚୀନ୍ର ବିଙ୍ଗଜିୟାଓଙ୍କୁ ହରାଇ ବ୍ରୋଞ୍ଜ ପଦକ ହାତେଇଛନ୍ତି ପିଭି ସିନ୍ଧୁ । ସିନ୍ଧୁଙ୍କ ବିଜୟ ପରେ ମହିଳା ବ୍ୟାଡମିଣ୍ଟନ ସିଙ୍ଗଲ୍ସରେ ବ୍ରୋଞ୍ଜ ହାତେଇଲା ଭାରତ । 21-13, 21-15 ସେଟ୍ରେ ସିନ୍ଧୁ ବିଜୟୀ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ମେଡାଲ ଜିତିଥିଲେ ମୀରାବାଇ ଚାନୁ । ପରେ ସିନ୍ଧୁ ଭାରତକୁ ଆଉ ଏକ ପଦକ ଦେଇଛନ୍ତି ।