୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ସିଧୁ

ପଟିଆଲା : ସୁପ୍ରିମକୋର୍ଟଙ୍କ ନିର୍ଦେଶକ୍ରମେ ପୂର୍ବତନ କ୍ରିକେଟର ତଥା କଂଗ୍ରେସ ନେତା ନବଜୋତ ସିଂହ ସିଧୁଙ୍କୁ  ୧୯୮୮ ମସିହାର ଏକ ମାଡପିଟ୍‌ ଘଟଣାରେ ଦୋଷୀ ସାବ୍ୟସ୍ତ କରି ୧ବର୍ଷ ସଶ୍ରମ କାରାଦଣ୍ଡାଦେଶ ଆଧାରରେ ସିଧୁଙ୍କୁ ଜେଲ୍‌ ପଠାଯାଇଛି।ଗତକାଲି ସିଧୁ ପଟିଆଲାସ୍ଥିତ ମୁଖ୍ୟ ଦୌରାଜଜ୍‌ କୋର୍ଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ପଟିଆଲାର କେନ୍ଦ୍ରୀୟ କାରାଗାରକୁ ପଠାଇଦିଆଯାଇଛି। ଜେଲ୍‌କୁ ପଠାଯିବା ପୂର୍ବରୁ ମାତା କୌଶଲ୍ୟା ହସ୍ପିଟାଲରେ ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ଜେଲ୍‌ରେ ସିଧୁଙ୍କୁ ସ୍ବତନ୍ତ୍ର ଖାଦ୍ୟ ଯୋଗାଇ ଦେବା ଲାଗି ତାଙ୍କ ଓକିଲ ଏଚପିଏସ୍‌ ବର୍ମା ଅଦାଲତଙ୍କୁ ନିବେଦନ କରିଛନ୍ତି। ୫୮ବର୍ଷୀୟ ସିଧୁଙ୍କର ନିକଟରେ ଅ‌ସ୍ତ୍ରୋପଚାର କରାଯାଇଥିଲା। ଏବେ ସେ ଚିକିତ୍ସା ପଦ୍ଧତିରେ ଅଛନ୍ତି।ଜେଲ୍‌ର ଯେଉଁ କାରାଗାରରେ ସିଧୁଙ୍କୁ ରଖାଯିବ ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।

Spread the love