ଶିିମିଳିପାଳ ଅଭୟାରଣ୍ୟକୁ ଆସିଲା ୬ଟି ଟୁରିଷ୍ଟ ବସ୍

ପର୍ଯ୍ୟଟକଙ୍କ ପାଇଁ ଖୁସିଖବର । ଶିିମିଳିପାଳ ଅଭୟାରଣ୍ୟକୁ ଆସିଲା ୬ଟି ଟୁରିଷ୍ଟ ବସ୍‌ । ଏହି ଗାଡ଼ିରେ ବସି ପର୍ଯ୍ୟଟକ ଶିମିଳିପାଳ ଅଭୟାରଣ୍ୟ ବୁଲିବା ସହ ପ୍ରକୃତିକୁ ଉପଭୋଗ କରିବେ ପର୍ଯ୍ୟଟକ ।

ଏହି ମିନି ବସ୍‌କୁ ଶିମିଳିପାଳ ବାସିନ୍ଦା ବା ଇକୋ ଟୁରିଜିମ୍‌ ଗ୍ରୁପ୍‌ ରକ୍ଷଣାବେକ୍ଷଣା କରିବା ସହ ପର୍ଯ୍ୟଟକଙ୍କୁ ବୁଲାଇବା ଦାୟିତ୍ୱରେ ରହିବେ। ଅନଲାଇନ୍‌ ଓ ଅଫଲାଇନରେ ବୁକିଂ କରି ଗାଡିରେ ଯାଇପାରିବେ। ଏହି ଗାଡି ଅଭୟାଣ୍ୟର ୫ଟି ନେଚର୍‌ କ୍ୟାମ୍ପରେ ଉପଲବ୍ଧ ହେବ ବୋଲି କହିଛନ୍ତି ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର।
Spread the love