ଉଚ୍ଚତା କମ କିନ୍ତୁ ଅଂହକାର ଅଧିକ: ସିନ୍ଧିଆଙ୍କୁ ଏଭଳି ଟାର୍ଗେଟ କଲେ ପ୍ରିୟଙ୍କା

ନୂଆଦିଲ୍ଲୀ: ଆସନ୍ତା ୧୭ ତାରିଖରେ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ହେବାକୁ ଯାଉଛି | ଆଉ ଏହାପୂର୍ବରୁ ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ଏବେ ଉଭୟ କଂଗ୍ରେସ-ବିଜେପି ମଧ୍ୟରେ ଲଢେଇ ଜୋର ଧରିଛି | ତେବେ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଏବଂ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବୟାନ ଯୁଦ୍ଧ ଆରମ୍ଭ ହୋଇଛି। ଉଭୟ ନେତା ପରସ୍ପର ଉପରେ ଆରୋପ-ପ୍ରତ୍ୟାରୋପ ଜାରି ରଖିଛନ୍ତି | ବାସ୍ତବରେ ପ୍ରିୟଙ୍କା ଏକ ରାଲିରେ ସିନ୍ଧିଆଙ୍କୁ କଟାକ୍ଷ କରି କହିଥିଲେ ଯେ ବିଜେପିର ନେତାମାନେ ଅଜବ ପ୍ରକାରର | ସିନ୍ଧିଆ ସେମାନଙ୍କ ମଧ୍ୟରୁ ଜଣେ | ମୁଁ ତାଙ୍କ ସହିତ ଉତ୍ତରପ୍ରଦେଶରେ କାମ କରିଥିଲି | ବାସ୍ତବରେ ତାଙ୍କର ଉଚ୍ଚତା କମ ସିନା ତାଙ୍କର ଅହଂକାର ବହୁତ ଅଧିକ | ତାଙ୍କ ପାଖକୁ ଯାଉଥିବା କର୍ମୀମାନେ କୁହନ୍ତି ଯେ ଆମେ ତାଙ୍କୁ ମହାରାଜ ବୋଲି କହିଥାଉ ଏବଂ ଯଦି ଆମେ ମହାରାଜ ନ କହୁ, ତେବେ ଆମର ସମସ୍ୟାର ସମାଧାନ ହୁଏନାହିଁ। ଅନେକ ଲୋକ ବିଶ୍ୱାସଘାତକତା କରିଥିଲେ, କିନ୍ତୁ ସେ ଗ୍ୱାଲିଅର ଏବଂ ଚାମ୍ବା ଲୋକଙ୍କ ପ୍ରତି ବିଶ୍ୱାସଘାତକତା କରି ସରକାରକୁ ଭାଙ୍ଗିଦେଇଥିଲେ’ । ପ୍ରିୟଙ୍କାଙ୍କ ଏହି ବୟାନ ପରେ ସିନ୍ଧିଆ ମଧ୍ୟ ଛାଡିନାହାନ୍ତି | ସେ କହିଛନ୍ତି ଯେ ମୋର ଅଂହକାର ବିଷୟରେ ଶିକ୍ଷା ଦେବା ପୂର୍ବରୁ ତାଙ୍କୁ ନିଜକୁ ଥରେ ଦର୍ପଣରେ ଦେଖିବା ଆବଶ୍ୟକ। ପ୍ରିୟଙ୍କା ଗାନ୍ଧୀ ଜଣେ ପାର୍ଟ ଟାଇମ ନେତ୍ରୀ | ପ୍ରିୟଙ୍କା ଜାଣିଛନ୍ତି କି କେଉଁ ପରିବାରର ପିଢ଼ି କ୍ଷମତା ଲୋଭରେ ଜରୁରୀକାଳୀନ ପରିସ୍ଥିତି ଲଗାଇଥିଲେ? ଏବଂ ଆଜି ବି, କେଉଁ ପରିବାରର ପିଢ଼ି ବିଦେଶୀ ଫୋରମକୁ ଯାଇ ଦେଶକୁ ବଦନାମ କରୁଛନ୍ତି?

Spread the love