ବିବାହ କରିବେ ବଲିଉଡର ପ୍ରସିଦ୍ଧ ଗାୟିକା କନିକା କପୁର

ନୂଆଦିଲ୍ଳୀ : ବଲିଉଡର ପ୍ରସିଦ୍ଧ ଗାୟିକା ‘ବେବି ଡଲ୍‌’ ଫେମ୍‌ କନିକା କପୁରଙ୍କ ଦ୍ୱିତୀୟ ବିବାହକୁ ନେଇ ଏବେ ଚାଲିଛି ବି-ଟାଉନ୍‌ରେ ଜୋରସୋରରେ ଚର୍ଚ୍ଚା । ବାଜିବ ଶାହାନାଇ କନିକା ସାଜିବେ ବଧୂ। ତିନୋଟି ଛୁଆର ମା’ ଏବେ ପୁଣି ଆରମ୍ଭ କରିବେ ନିଜ ବୈବାହିକ ଜୀବନ।

କନିକା ତାଙ୍କ ଲଙ୍ଗ ଟାଇମ୍‌ ବୟଫ୍ରେଣ୍ଡ ତଥା ଏନ୍‌ଆର୍‌ଆଇ ବିଜନେସ୍‌ ମ୍ୟାନ୍‌ ଗୌତମଙ୍କୁ ବିବାହ କରିବାକୁ ଯାଉଛନ୍ତି। ଆସନ୍ତା ମେ’ ୨୦ ତାରିଖରେ ଦୁହିଁଙ୍କର ପଡିବା ହାତଗଣ୍ଠି । ହେଲେ ବର୍ତ୍ତମାନ ଯାଏଁ ବିବାହ ଖବରକୁ ନେଇ କନିକା କିନ୍ତୁ କିଛି ମୁହଁ ଖୋଲି ନାହାନ୍ତି। ତାଙ୍କ ତରଫରୁ କୌଣସି ଅଫିସିଆଲ ଘୋଷଣା ମଧ୍ୟ ହୋଇନାହିଁ।ସେପଟେ  କନିକା ନିଜ ବିବାହକୁ ନେଇ ଜୋର ପ୍ରସ୍ତୁତି ଚଳାଇଥିବା ନେଇ ଖବର ସାମ୍ନାକୁ ଆସିଛି। ସେ ବିବାହର ସପିଂ କରୁଥିବାର ମଧ୍ୟ ଦେଖିବାକୁ ମିଳିଛି। ମିଡିଆ ରିପୋର୍ଟ ଅନୁଯାୟୀ କପିକା ଏବଂ ଗୌତମ ୬ ମାସ ପୂର୍ବରୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ କୌଣସି କାରଣରୁ ଉଭୟଙ୍କ ବିବାହ ଘୁଞ୍ଚି ଯାଇଥିଲା। ୧୮ ବର୍ଷ ବୟସରେ କନିକା ରାଜ ଚନ୍ଦୋକଙ୍କୁ ପ୍ରଥମ ବିବାହ କରିଥିଲେ। ରାଜ ମଧ୍ୟ ଏନ୍‌ଆର୍‌ଆଇ ବିଜନେସମ୍ୟାନ୍‌ ଥିଲେ। ବିବାହ ପରେ ସେମାନଙ୍କର ତିନୋଟି ଛୁଆ ଅଛି। ବିବାହର ୧୫ ବର୍ଷ ପରେ ୨୦୧୨ ଦୁହେଁ ରେ ଅଲଗା ହୋଇଯାଇଥିଲେ।

Spread the love