ଆରପାରିରେ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକ

ଶାସ୍ତ୍ରୀୟ କଣ୍ଠଶିଳ୍ପୀ ସୁନନ୍ଦା ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା। କୋଲକାତାର ଏକ ଘରୋଇ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

ସୁନନ୍ଦା ଥିଲେ ପ୍ରଖ୍ୟାତ କବି ବୈକୁଣ୍ଠନାଥ ପଟ୍ଟନାୟକଙ୍କ ଝିଅ। ‘ଗୁରୁମା’ ଭାବେ ଜଣାଶୁଣା ଥିବା ସୁନନ୍ଦା ଥିଲେ ଗ୍ୱାଲିଅର ଘରାନାର କଣ୍ଠଶିଳ୍ପୀ। ହାଇ ପିଚ୍‌ରେ ଗୀତ ଗାଇ ସେ ବେଶ୍ ପରିଚିତ ଥିଲେ।

Spread the love