ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ପ୍ରବନ୍ଧୋତ୍ସବ-୨୦୨୩ ଅନୁଷ୍ଠିତ

ଭୁବନେଶ୍ୱର: ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ ୨୦୨୩-୨୦୨୪ ଶିକ୍ଷାବର୍ଷରେ ଏସଆଇପି କାର୍ଯ୍ୟକ୍ରମ ପ୍ରବନ୍ଧୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଚାଶରୁ ଅଧିକ ମ୍ୟାନେଜମେଣ୍ଟ  କଲେଜ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଆୟୋଜିତ ସଭାରେ ଆଦିତ୍ୟ ବିର୍ଲା ଲାଇଫ ମାନବ ସମ୍ବଳ ମୁଖ୍ୟ ଶିବାଶିଷ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏଥିସହିତ  ଡକ୍ଟର ଆଦିତ୍ୟ ଦାସ  ସମ୍ମାନନୀୟ ଅତିଥି ଭାବରେ ଯୋଗ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ସାହୁ, ସଂପାଦକ ରାଜର୍ଷି ଜ୍ଞାନଦର୍ଶୀ ବି ଉପସ୍ଥିତ ଥିଲେ। ଡାଇରେକ୍ଟର ପ୍ରଫେସର ଡକ୍ଟର ତ୍ରିଲୋଚନ ନାୟକ  ମ୍ୟାନେଜମେଣ୍ଟ ପାଠ୍ୟକ୍ରମରେ ରିସର୍ଚ୍ଚର ଭୂମିକା ଅତି ଗୁରୁତ୍ବପୂର୍ଣ୍ଣ ବୋଲି ଛାତ୍ରମାନଙ୍କୁ ତାଙ୍କ ସ୍ବାଗତ ଭାଷଣରେ କହିଥିଲେ। ମୁଖ୍ୟ ଅତିଥି ଛାତ୍ରମାନଙ୍କୁ କିଛି ନୂଆ ଗବେଷଣା  କରିବାକୁ ଉତ୍ସାହିତ  କରିଥିଲେ। ସମ୍ମାନନୀୟ ଅତିଥି  ସମାଜ ବିକାଶରେ ରିସର୍ଚ୍ଚର  ଭୂମିକା ଉପରେ ଆଲୋକପାତ କରିଥିଲେ।

ଏହି ଅବସରରେ ଏମିଟି ବିଶ୍ବବିଦ୍ୟାଳୟର ଅମିତ ପ୍ରସାଦ ସାହୁଙ୍କୁ ପ୍ରଥମ ପୁରସ୍କାରସ୍ବରୂପ ଦଶ ହଜାର ଟଙ୍କା, କିଟ୍ ବିଶ୍ବବିଦ୍ୟାଳୟର ଛାତ୍ର  ସତ୍ୟ ପଟ୍ଟନାୟକଙ୍କୁ ଦ୍ବିତୀୟ ପୁରସ୍କାରସ୍ବରୂପ ପାଞ୍ଚ ହଜାର ଟଙ୍କା, ସିଆଇଏମଇ କଲେଜର ପ୍ରୀତି ବନ୍ୟାଙ୍କୁ ତୃତୀୟ ପୁରସ୍କାରସ୍ବରୂପ ଦୁଇ ହଜାର ଟଙ୍କା ପ୍ରଦାନ କରା ଯାଇଥିଲା l କାର୍ଯ୍ୟକ୍ରମକୁ  ପ୍ରଫେସର ଅମିତା ପଣ୍ଡା ସଂଯୋଜନା କରିଥିଲେ l ପ୍ରଫେସର  ରୋସନି ଦାସ, ପ୍ରଫେସର କୈବଲ୍ୟ ମହାନ୍ତି ଓ ଆଶିୱିନି ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଶେଷରେ ଡିନ୍ ପ୍ରଫେସର ଦୀପକ ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ।

Spread the love