ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ

ଆଜି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ। ଚତୁର୍ଦ୍ଧାମୂରତିଙ୍କ ନବ ଦିନାତ୍ମକ ଯାତ୍ରାର ଅନ୍ତିମ ପର୍ବ । ଆଜି ଶ୍ରୀଜିଉ ନୀଳ କନ୍ଦରକୁ ଫେରି ରତ୍ନବେଦୀରେ ବିରାଜମାନ କରିବେ । ପୁଣି ଚଳଚଞ୍ଚଳ ହେବ ଶ୍ରୀମନ୍ଦିର । ଷାଠିଏ ପଉଟି ପ୍ରସ୍ତୁତ ପାଇଁ ପୁଣି ଚଳଚଞ୍ଚଳ ହେବ ରୋଷଶାଳା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ ଭକ୍ତ ଧନ୍ୟ ହେବ ।ମହାପ୍ରଭୁଙ୍କ ସେବା କରିବାକୁ ଓ ରତ୍ନ ବେଦୀରେ ଦର୍ଶନ କରିବାକୁ ଗହଳି ଲାଗିବ । ପ୍ରାୟ ମାସେ ପରେ ରତ୍ନବେଦୀକୁ ଆଜି ରାତିରେ ଫେରିବେ ଶ୍ରୀଜିଉ। ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ବାହାରକୁ   ବାହାରିଥିଲେ ଚତୁର୍ଦ୍ଧା ମୂରତି । ସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ରହିଲେ । ତା ପରେ ଭକ୍ତକୁ ଦର୍ଶନ ଦେବାକୁ ରଥାରୁଢ଼ ହୋଇ ଜନ୍ମବେଦୀକୁ ଗଲେ ।

ବାହୁଡ଼ା ପରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ସହିତ ଶେଷ ହେବ ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଗତକାଲି ମହାପ୍ରଭୁଙ୍କ ଅଧରପଣା ନୀତି ଅନୁଷ୍ଠିତ ହୋଇଥିଲା ।

Spread the love