ଅନର୍ଦ୍ଦିଷ୍ଟ କାଳ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ଶାଇ ମନ୍ଦିର

ଆସନ୍ତାକାଲି ଠାରୁ ଅନର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ ମହାରାଷ୍ଟ୍ରର ଶିରିଡି ସାଇ ବାବାଙ୍କ ମନ୍ଦିର । ମନ୍ଦିରକୁ ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ପାଇଁ ନିଷ୍ପତି ନେଇଛି  ସାଇବାବା  ଟ୍ରଷ୍ଟ । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ସାଇବାବାଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ବିରୋଧ କରି ସାଇବାବା ସେବା ସଂସ୍ଥାନ ଟ୍ରଷ୍ଟ ପକ୍ଷରୁ ନିଆଯାଇଛି  ଏଭଳି ନିଷ୍ପତି ବୋଲି ଜମାପୟିଛି।  ଏନେଇ ସୂଚନା ଦେଲେ ସାଇବାବା ସଂସ୍ଥାନ ଟ୍ରଷ୍ଟର ସଦସ୍ୟ ବି ୱାକାଚୁରେ । ଗତକାଲି ସାଇବାବାଙ୍କ ଜନ୍ମସ୍ଥାନ ଉପରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିବାଦୀୟ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ , ଶିରିଡି ସାଇ ବାବାଙ୍କ ଜନ୍ମସ୍ଥାନ ନୂହେଁ ପର୍ଭାନୀର ପଥରୀ ହିଁ ସାଇବାବାଙ୍କ ଜନ୍ମସ୍ଥାନ ।

Spread the love