ଆଜିଠୁ ରାଜଧାନୀରେ ଆରମ୍ଭ ହେଲା ଶିଶିର ସରସ ମେଳା

ଆଜିଠୁ ରାଜଧାନୀରେ ଆରମ୍ଭ ହୋଇଛି ଶିଶିର ସରସ ମେଳା । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲରେ ଉଦ୍‌ଘାଟନ କରିଛନ୍ତି । ଭୁବନେଶ୍ୱର ୟୁନିଟ୍-୩ ସ୍ଥିତ ଇଡ୍କୋ ଏକ୍ସିବିସନ୍ ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶିଶିର ସରସରେ ୩୦୦ଟି ଷ୍ଟଲ୍ ଖୋଲିଛି ।

ଏଥିରେ ରାଜ୍ୟ ଏବଂ ରାଜ୍ୟ ବାହାରୁ ଆସିଥିବା ୨୦ରୁ ଅଧିକ ରାଜ୍ୟର ଗ୍ରାମୀଣ କାରିଗରଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ବିକ୍ରି ହେଉଛି । ମେଳାରେ ୪୦୦ରୁ ଅଧିକ ସ୍ୱୟଂ ସହାୟକ ଗୋଷ୍ଠୀ ଭାଗ ନେଇଥିବା ବେଳେ ୫ ଶହରୁ ଅଧିକ ବିକ୍ରେତା ଅଂଶଗ୍ରହଣ କରିଛନ୍ତି । ଜାନୁଆରି ୬ ତାରିଖ ଯାଏ ଚାଲିବ ଶିଶିର ସରସ ମେଳା ।

Spread the love