ମୃତ ଘୋଷିତ କଲେ ଡାକ୍ତର, ହେଲେ ମଶାଣିରେ ପୋତିଲା ବେଳେ କାନ୍ଦି ଉଠିଲା ଶିଶୁ

ପାଟଣା,୧୯।୦୧: ଜୀବିତ ହେଲା ମୃତ ଶିଶୁ । ଜନ୍ମ ହେଲା ଶିଶୁକୁ ମୃତ ବୋଲି ମେଡିକାଲରୁ ପଠାଇଦେଲେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର । ମୃତ ଶିଶୁକୁ ପୋତିବା ସମୟରେ ଶିଶୁଟି ଜୀବିତ ଥିବା ଘଟଣା ଦେଖିବାକୁ ମିଳିଛି । ସାହାରପଡା ବ୍ଲକ ଖଡ଼ିକାପଦା ଗ୍ରାମରେ ଏପରି ଘଟଣା ଘଟିଛି । ସୁନିଆ ମୁଣ୍ଡାଙ୍କ ପତ୍ନୀ ରାଇମଣି ମୁଣ୍ଡାଙ୍କ ପ୍ରସବ ପରେ ଶିଶୁକୁ ମୃତ ବୋଲି ଘରକୁ ଫେରାଇ ଦେଇଥିଲେ ଡାକ୍ତର ।

ତେବେ ଡାକ୍ତର ଫେରାଇ ଦେବା ପରେ ସୁନିଆ ଏକ ବ୍ୟାଗରେ ଶିଶୁକୁ ଆଣି ଗାଁ ମଶାଣିରେ ପୋତିବା ସମୟରେ ଶିଶୁଟି କାନ୍ଦିଥିଲା । ଫଳରେ ସୁନିଆ ପୁଣି ଶିଶୁକୁ ନେଇ କରଞ୍ଜିଆ ମେଡିକାଲ ଯାଇଥିଲେ । ପରେ ଆସିୟୁରେ ଭର୍ତ୍ତି କରାଯାଇ ଶିଶୁଟିର ଚିକିତ୍ସା କରାଯାଉଥିବା ଜଣା ପଡ଼ିଛି। ଏନେଇ ଡାକ୍ତରଖାନା ପରିସରରେ ଉତ୍ତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି ।

Spread the love