ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ସଇଁନ୍ତଲାରେ ବାର୍ଷିକ କ୍ରିଡା ଉଦଯାପିତ

ସଇଁନ୍ତଲା,: ଦୁଇ ଦିନ ଧରି ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ୩୪ ତମ ବାର୍ଷିକ କ୍ରିଡା ଅନୁଷ୍ଠିତ ହୋଇଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅତିରିକ୍ତ ଶିକ୍ଷା ଅଧିକାରୀ ନାରାୟଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ଦୀପପ୍ରଜ୍ଵଳନ କରି ପ୍ରତିଯୋଗୀତାକୁ ଉଦଘାଟନ କରିଥିଲେ । ପରିଚାଳନା ସମିତିର ଉପ ସଭାପତି ଭୀମସେନ ସ୍ଵାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନ ଆଚାର୍ଯ୍ୟ ହେମନ୍ତ ଭୋଇ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ,କମିଟିର ସମ୍ପାଦକ ଯୁବରାଜ ରଣା ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ । ପ୍ରୋକ୍ତ ପ୍ରତିଯୋଗିତାରେ ପରିଚାଳନା ସମିତିର କୋଷIଧକ୍ଷ ଭୀମସେନ ପଧାନ, ଯୁଗ୍ମ ସମ୍ପାଦକ ବିନୟ ଭୋଇ, ସଭ୍ୟା ରୀନା ମହାନ୍ତି ଓ ରୀତା ସା ଯୋଗଦାନ କରିଥିଲେ । ଉତ୍ସବର ଉଦଯାପନୀ ଦିବସରେ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବଜରଙ୍ଗଲାଳ ଅଗ୍ରୱାଲଙ୍କ ସଭାପତିତ୍ଵ କରିଥିବା ବେଳେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷା ମୋନିକା ସିଂ ଭୋଇ ଓ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୁଣ ସାଗର ମାଝି ଉପସ୍ଥିତ ରହି ଶିଶୁ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ବିଗତ ବର୍ଷର ଶ୍ରେଷ୍ଠ ଖେଳାଳି ସୁଶ୍ରୀ ନିକିତା ସାମଲ ପ୍ରତିଯୋଗୀ ମାନଙ୍କୁ ଶପଥ ପାଠ କରାଇଥିଲେ ।

ଖେଳ ଶିକ୍ଷକ ଗରୁଡଧ୍ବଜ ଭାଟି ଓ ସାଗର ଭୋଇ ଙ୍କ ତତ୍ବାବଧାନରେ ସମଗ୍ର ଖେଳ ପରିଚାଳିତ ହୋଇ ଥିବା ବେଳେ , ଧାରାବିବରଣୀ ପ୍ରଦାନ କରିଥିଲେ ଗୁରୁଜୀ ନୂତନ ହୋତା । ଏଥିରେ ପ୍ରାକ ଶିଶୁ ବର୍ଗ , ଶିଶୁ ବର୍ଗ , ବାଲ ବର୍ଗ ଓ କିଶୋର ବର୍ଗ ର ୪୫୦ ରୁ ଊର୍ଦ୍ଧ୍ଵ ଭାଇ ଭଉଣୀ ୬୦ ଟି ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିଲେ । ସର୍ବଶ୍ରେଷ୍ଠ ଖେଳାଳି ଭାବେ ପୁରୁଷୋତ୍ତମ ପଧାନ , କପୁରଚନ ସାହୁ , ପ୍ରମୋଦ ବାଗ , ସୌମ୍ଯରଣୀ ସେଠ , ତିଳୋତ୍ତମା ଯାନୀ , କରିନା ଖମାରି ଟ୍ରଫି ସହ ପ୍ରମାଣପତ୍ର ପ୍ରାପ୍ତ କରିଥିଲେ । ଏହା ସହିତ ବିଦ୍ୟାଳୟର ଝସକେତନ ,ଜୟନ୍ତୀ , ସୁରୂପାଳ ,ପୁର୍ଣିମା , ବେଣୁ, ବିନୋଦ,ପ୍ରଶାନ୍ତ ,ଭବାନୀ , ଗଣେଷ, ଶାନ୍ତନୁ ,ତ୍ରିଲୋଚନ , ମାଣିକ୍ୟ , ରIମେଶ୍ଵରୀ , ପ୍ରଭIସିନୀ , ଟିକେଶ୍ଵରୀ , ଗୀତା, ଚିନ୍ମୟୀ , ରାଜକିଶୋର , ଛନ୍ଦା , ତିଳୋତ୍ତମା , ବର୍ଷା , ସୁନିତା ,ଯାଦବ ଓ ସମସ୍ତ ଗୁରୁଜୀ ଗୁରୁମା ତଥା ସେବକ ସେବିକା , ବହନ ଚାଳକ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ପରିଶେଷରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ ବିନୟ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love