ଶୀତରୁ ନାହିଁ ମୁକ୍ତି! ୭ ଜିଲ୍ଲାକୁ ଅରେଞ୍ଜ ଓ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଜାରି ରହିବ ପ୍ରବଳ  ଶୀତ । ରାଜ୍ୟରେ ଗତ ଏକ ସପ୍ତାହରୁ ଉର୍ଦ୍ଧ୍ୱ ଶୀତର ପ୍ରକୋପ ଜାରି ରହିଥିବା ବେଳେ ଗତକାଲି ଠାରୁ ଚଳିତ ଶୀତ ଋୁତୁରେ ପ୍ରଥମ ଥର ପାଇଁ କୋଲ୍ଡ ୱେଭ୍ ବା ଶୀତ ଲହରି ନେଇ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା  ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି  । ଗତ ୨୪ ଘଣ୍ଟାରେ ପୁଣି ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ହୋଇଥିବା ବେଳେ ପାରଦ ଖସି ୧୯ଟି ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । ଏହାସହ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଶୀତ ଲହରି ନେଇ ଅରେଂଜ ଓ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ଜିଲ୍ଲାପାଳ ମାନଙ୍କୁ ଆବଶ୍ୟକୀୟ ପ୍ରସ୍ତୁତି କରିବାକୁ ଏସଆରସି ପରାମର୍ଶ ଦେଇଛନ୍ତି ।  ଥରୁଛି ଓଡିଶା । ପୂର୍ବରୁ ପଶ୍ଚିମ.. ଉତ୍ତରରୁ ଦକ୍ଷୀଣ ସବୁଠି ଶୀତ ଲହରି ଜାରି ରହିଛି । ରାଜ୍ୟକୁ ପ୍ରବେଶ କରୁଥିବା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଶୀତ ଲହରି ଦେଖାଦେଇଛି । ଗତ ୨୪ ଘଣ୍ଟାରେ ଆଭ୍ୟନ୍ତରୀଣ ଓଡିଶାରେ ପ୍ରାୟ ୩ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ଖସିଥିବା ବେଳେ ଉପକୂଳରେ ୪.୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ହ୍ରାସ ପାଇଛି । ତେବେ ଆସନ୍ତା ତିନି ଦିନ ଯାଏଁ ରାଜ୍ୟରେ ଶୀତ ଲହରି ଜାରି ରହିବା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ କରିଛି। ଆଜି ସକାଳ ୮ଟା ୩୦ ମଧ୍ୟରେ ୭ ଜିଲ୍ଲା ସୁନ୍ଦରଗ଼ଡ, ଝାରସୁଗୁଡା, ମୟୂରଭଂଜ, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଓ ବୌଦ୍ଧରେ ତୀବ୍ର ଶୀତ ଲହରି ନେଇ ଅରଂଜ ୱାର୍ଣ୍ଣିଂ ଏବଂ ୨୧ ଜିଲ୍ଲାରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗବି ୨୪ ତାରିଖ ସକାଳ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଶୀଲ ଲହରି ଜାରି ରହିବ ।

ତେବେ ଆସନ୍ତା ତିନି ଦିନ ଧରି ତାପମାତ୍ରା ଅପରିବର୍ତ୍ତିତ ରହିବା ପରେ ୨ରୁ ୩ ଡିଗ୍ରୀ ଯାଏଁ ଉପରମୁହାଁ ହେବ ପାରଦ । ତେବେ ଏହି ସମୟରେ ଆସନ୍ତା ୫ ଦିନ ମଧ୍ୟରେ ଆଭ୍ୟନ୍ତରୀଣଓଡିଶାରେ ରାତିର ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକ ଠାରୁ ୫ରୁ୬ ଡିଗ୍ରୀ ଏବଂ ଉପକୂଳ ଓଡିଶାରେ ୪ ରୁ ୫ ଡିଗ୍ରୀ ତଳେ ରହିବା ନେଇଆକଳନ ହୋଇଛି । ତେଣୁ ସତର୍କ ସୂଚନା ଜାରିହୋଇଥିବାଜିଲ୍ଲାଗୁଡିକରେ ଆବଶ୍ୟକୀୟ ପ୍ରସ୍ତୁତ କରିବାକୁ ଜିଲ୍ଲାପାଳ ମାନଙ୍କୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ତେବେ ୨୫ ତାରିଖ ପରଠାରୁ ତାପମାତ୍ରା ଧିରେ ଧିରେ ଖସିବା ସହ କୁହୁଡି ଦେଖାଦେବା ନେଇ ପାଣିପାଗ ବିଶେଷଜ୍ଞ ପୂର୍ବାନୁମାନ କରିଛନ୍ତି । ତେବେ ଗତ ୨୪ ଘଣ୍ଟାରେ ପାରଦ ଖସି ୩.୫ ଡିଗ୍ରୀ ରାତି ତାପମାତ୍ରା ସହ ଦାରିଙ୍ଗବାଡି ରାଜ୍ୟର ଥଣ୍ଡା ସହର ଭାବେ ପରିଗଣିତ ହୋଇଛି । ଏହାସହ ୧୯ଟି  ସ୍ଥାନରେ ସର୍ବନିମ୍ନ ରାତ୍ରି ତାପମାତ୍ରା ୧୦ ଡ଼ିଗ୍ରୀ ତଳେ ରେକର୍ଡ । ତେବେ ଗତ ଦୁଇ ଦିନ ଧରି କନ୍ଧମାଳଓସୁନ୍ଦରଗଡ଼ରେ ଦେଖାଯାଉଥିବା ଛୋଟ ବରଫ ଆସ୍ଥରଣ ତୁଷାରପାତ ନୁହେଁ ବରଂ ଏହାକୁ ବିଜ୍ଞାନ ଭାଷାରେ ଶିଶିରର କଠିନ ଅବସ୍ଥା ବା ତୁହିନ କୁହାଯାଏ।

Spread the love