ଡିସେମ୍ବର ୧ ରୁ ୩୧ ତାରିଖ ପର୍ଯ୍ୟନ୍ତ ବସିବ ବିଧାନସଭା ଶୀତକାଳୀନ ଅଧିବେଶନ

ଆସନ୍ତା ଡିସେମ୍ବର ୧ରୁ ବସିବ ବିଧାନସଭାର ଶୀତ ଅଧିବେଶନ । ପ୍ରଥମ ଦିନ ଆସିବ ଅତିରିକ୍ତ ବଜେଟ । ଡିସେମ୍ବର ୩୧ ତାରିଖ ଯାଏ ଚାଲିବ ଅଧିବେଶନ । ଶୀତ ଅଧିବେଶନରେ ରହିଛି ୨୬ଟି କାର୍ଯ୍ୟଦିବସ । ସାମ୍ବିଧାନିକ ବିଧିବ୍ୟବସ୍ଥା ଅନୁସାରେ ବର୍ଷକୁ ବିଧାନସଭା ଅଧିବେଶନ ୬୦ ଦିନ ବସିବାର ନିୟମ ରହିଛି । ଏଥିପାଇଁ ଚଳିତବର୍ଷ ଆଉ ୨୬ ଦିନ ବାକି ରହିଛି । ଶୀତ ଅଧିବେଶନ ବସିବା ପାଇଁ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କୁ ବିଧାନସଭା ପକ୍ଷରୁ ଚିଠି କରାଯାଇଥିଲା ।

Spread the love