ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା : ୨୬ ଦିନ ଚାଲିବ ଗୃହ, ଦିନକୁ ୫ଘଣ୍ଟା

ଭୁବନେଶ୍ୱରରେ ୨୯।୧୧: ଡିସେମ୍ବର ପହିଲାରୁ ଆରମ୍ଭ ହେବ ବିଧାନସଭା ଶୀତକାଳୀନ ଅଧିବେଶନ । ଏହାପୂର୍ବରୁ ସୋମବାର ଦିନ ବସିଥିବା ସର୍ବଦଳୀୟ ବୈଠକ ଶେଷ ହୋଇଛି ।ଚଳିତ ବର୍ଷ ୨୬ ଦିନ ଚାଲିବ ବିଧାନସଭା ବୋଲି ବାଚସ୍ପତି ସୂଚନା ଦେଇଛନ୍ତି ।

ବାଚସ୍ପତି ଆହୁରୀ ମଧ୍ୟ କରିଛନ୍ତି ଯେ, ବିଧାନସଭା ଆସନ୍ତା ୧ ରୁ ୩୧ ପର୍ଯ୍ୟନ୍ତ ଚାଲିବ । ମୋଟ ୨୬ ଦିନ ଚାଲିବ ଚଳିତ ଅଧିବେଶନ । ବିଧାନସଭା ୧୦.୩୦ ରୁ ଆରମ୍ଭ ହୋଇ ୧.୩୦ ପର୍ଯ୍ୟନ୍ତ ଚାଲିବ । ଏହାପରେ  ଅପରାହ୍ନ ୪ ଟାରୁ ୬ଟା ଚାଲିବ । ଅର୍ଥାତ ଦିନକୁ ୫ ଘଣ୍ଟା ଚାଲିବ ବିଧାନସଭା । ପ୍ରଥମ ଦିନ ବିଧାନସଭା ୧୧ ଟାରେ ଆରମ୍ଭ ହେବ । ସଂଧ୍ୟା ୫ ଟା ବେଳେ ଅତିରିକ୍ତ ବଜେଟ ଉପସ୍ଥାପନ ହେବ । ମୁଲତବୀ ପ୍ରସ୍ତାବ ୯୦ ମିନିଟ ଆଲୋଚନା ହେବ । ବିରୋଧୀଙ୍କୁ  ୫୫ ମିନିଟ ଓ ମନ୍ତ୍ରୀଙ୍କ ରିପ୍ଲାଏ ସହ ଶାସକ ଦଳକୁ ୩୫ ମିନିଟ ରହିବ । ସପ୍ତାହକ ୬ ଦିନ ଭିତରେ ୪ ଦିନ ମୁଖ୍ୟ ବିରୋଧୀ ଦଳ ବିଜେପି  ୪ ଦିନ ଓ କଂଗ୍ରେସ ୨ ଦିନ ମୁଲତବୀ ପ୍ରସ୍ତାଵ ଦେଇ ପାରିବେ ।

ସେହିପରି ପୂର୍ବ ପରି ବିଧାନସଭା ଏଥର ମଧ୍ୟ କୋଭିଡ ଗାଇଡ଼ ଲାଇନ ଚାଲିବ । ରାଜ୍ୟପାଳଙ୍କ ଅଭିଭାଷଣ ଏବଂ ପ୍ରଶ୍ନକାଳ ସମୟରେ ହଟଗୋଳ ନକରିବା ପାଇଁ ଥିବା ପ୍ରସ୍ତାଵକୁ ସମସ୍ତଙ୍କୁ ଅବଗତ କରାଯାଇଛି । ସେମାନେ ଶୁଣିଲେ ଆଇନରେ ଯାହା ଥିବ ସେହି ବାଟରେ ଯିବ । ଏହାକୁ ମାନିବା କି ନ ମାନିବା ଜଣେ ବିଧାୟକଙ୍କ ଆଚରଣ ଉପରେ ନିର୍ଭର କରେ । ଯଦି କେହି ନିୟମ ନମାନନ୍ତି, ତେବେ ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ବ୍ୟବସ୍ଥା ଗ୍ରହଣ କରାଯିବ ।

Spread the love